Spread the love

ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା (ଜାଗ୍ରତ ଭାରତ)
ସୋମବାର ଦିନ ସ୍ଥାନୀୟ ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର 57ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ତ୍ୱରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ OES- 1 ଅତିରିକ୍ତ ଜିଲ୍ଲା ଶିକ୍ଷା ଆଦିକାରୀ ଶ୍ରୀ ଯୁକ୍ତ ତପିମାନି ଜାନୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶ୍ରୀ କଲ୍ୟାଣୀ ଦାଶ ଏବଂ ମୁଖ୍ୟ ବକ୍ତା ରୂପେ ନାଟ୍ୟଶ୍ରୀ ମନୋଜ ରଥ, ଏବଂ କବି କାର୍ତ୍ତିକେଶ୍ୱର ନନ୍ଦ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଶଣ କରିଥିଲେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରଧାନ ବିଦ୍ୟାଳୟର ବlର୍ଷକ ବିବଋଣୀ ପାଠ କରିଥିଲେ ।ବିଭିନ୍ନ ପ୍ରତିଯୋଗୀତାର ବିଜେତା ହୋଇଥିବାଇ ଛାତ୍ରଛାତ୍ରୀ ମାନେ ସମ୍ମାନିତ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ, ଶ୍ରୀ ମତୀ ପ୍ରତିଭା ସାହୁ ଓ ଶ୍ରୀମତୀ ସସ୍ମିତା ପଧାନ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଦେବୀ ପ୍ରସାଦ ଅଚାରୀ ଏବଂ ଗୀତାଞ୍ଜଳି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ଅତିଥି ମାନଙ୍କର କରକମଳରେ ବିଦ୍ୟାଳୟର ବାର୍ଷିକ ପତ୍ରିକା “ଶର୍ବାଣୀ” ଉନ୍ମେଚନ ହୋଇଥିଲା ଯାହାକି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଶୁତୋଷ ଦୁବେ, ଜଗମୋହନ ବିଶ୍ୱାଳ, ଉଦିତ ପ୍ରତାପ ସିଂ, ହୃଦୟ ରଞ୍ଜନ ଜଗଦଲା, ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଗତି ସେଠ ଗୀତାଞ୍ଜଳି ନାଏକ ସୂଦୀପ୍ତା ଦାଶ ଆନନ୍ଦିନୀ ଠାକୁର ଟିଲୋତ୍ତମା ବାରିକ, ସୋଫିକା ପ୍ରଧାନ, ଆକାଂକ୍ଷା ସାହୁ, ଶୁଭଶ୍ରୀ ମହାନ୍ତି, ସୁଦେଷ୍ଣା ନାୟକ ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟାକ୍ରମକୁ ଶିକ୍ଷୟତ୍ରୀ ନିରୁପମା ମଲ୍ଲିକ, ସ୍ୱପ୍ନା ପ୍ରଧାନ, ହେମା ସାଠୁଆ, ଲୋକନାଥ ନାଏକ, ପୁଷ୍ପାଞ୍ଜଳି ବେହେରା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋକୁଳ ଚନ୍ଦ୍ର ସାହୁ, ଧବଳେଶ୍ୱର ସିଂ, ସଂଜୀବ ଗୌଡ଼, ନରେଶ ମାଝୀ ସହଯୋଗ କରି
ଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାଜୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You missed