Spread the love

ଅଗ୍ନିକାଣ୍ଡରେ ଦୁଇ ବଖରା ଚାଳ ଘର ଭସ୍ମୀଭୂତ

କଙ୍କଡାହାଡ଼,୧୯/୦୪:କଙ୍କଡାହାଡ଼ ବ୍ଲକ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଳ କଲୋନୀ-୧ ରେ ଆଜି ଅପରାହ୍ନ ୨.୩୦ ରେ ଅଗ୍ନିକାଣ୍ଡରେ ଗ୍ରାମର ବୁଧୁରାମ ମାରାଣ୍ଡୀଙ୍କ ଦୁଇ ବଖରା ଚାଳ ଘର,ନଡା ଭାଡ଼ି,ପାଳ ଭାଡ଼ି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଭସ୍ମୀଭୂତ ହେଇଅଛି ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି ।ବୁଧୁରାମ ଜଣେ ଗରିବ ଦିନ ମଜୁରିଆ ଶ୍ରେଣୀର ହେଇଥିବାରୁ ଦୈନଦିନ ନିଜ ସାଇକେଲରେ କାମାକ୍ଷାନଗର କାମ ଅନ୍ୱେଷଣର ଯାଉଥିବା ବେଳେ ଏକମାତ୍ର ଭରସା ସାଇକେଲଟି ଅଗ୍ନିକାଣ୍ଡରେ ଭସ୍ମୀଭୂତ ।ଗୃହ ପାଳିତ ପଶୁଙ୍କ ପାଇଁ ବର୍ଷ ସାରା ସଞ୍ଚିତ ଥିବା ଖାଦ୍ୟ ନଷ୍ଟ ହେଇଯାଇଛି ।ଅନୁମାନିକ ୨ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହେଇଅଛି ।ଏହି ଖବର ପାଇ କଙ୍କଡାହାଡ଼ ଅଗ୍ନିଶମ ବାହିନୀ ଆସି ଅଗ୍ନିକାଣ୍ଡକୁ ଆୟତ କରିଥିଲେ ।ବୁଧୁରାମ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହେଇଥିବାରୁ କ୍ଷୟକ୍ଷତିର ଆକଳନ କରି ସରକାରୀ ନିୟମ ଅନୁସାରେ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *