Spread the love

ଅଗ୍ନିକାଣ୍ଡରେ ହୋଟେଲ ଜଳିଗଲା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲ ଶନିବାର ସନ୍ଧ୍ୟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଶନିବାର ହୋଟେଲ ଟି ବନ୍ଦ ରହିଥିଲା, ହେଲେ ଏହା କେଉଁ କାରଣରୁ ଘଟିଛି ତାହା ଏହି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଆନୁମାନିକ ଦୁଇ ଲକ୍ଷ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ଖବର ପାଇ ବାଲିଗୁଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକମାନେ ନିଆଁ କୁ ଲିଭେଇବାରେ ସକ୍ଷମ ହୋଇଥିଲେ। ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *