ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ
—————– କଥା ରେ ଅଛି ଘୋଡ଼ାଚଢା ଠାରୁ ସମ୍ପଦ ନାହିଁ, ଘର ପୋଡ଼ି ଠାରୁ ବିପତ୍ତି ନାହିଁ । ଗତ 20 ତାରିଖ ରାତ୍ର ପ୍ରାୟ 3 ବେଳେ ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡ। ପଞ୍ଚାୟତ ପରବାରି ଗ୍ରାମ ରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନକାଣ୍ଡ ଏତେ ଭୟାବହ ଥିଲା ଯେ ପରିବାର ଲୋକେ ଜାଣିବା ପୂର୍ବରୁ ସବୁ କିଛି ହରାଇ ସାରିଥିଲେ l ଏପରି କି ସେ ପିନ୍ଧି ଥିବା ଲୁଗା ବ୍ୟତୀତ ଆଉ କିଛି ନଥିଲା ଗଣମାଧ୍ୟମ ରୁ ଜାଣିବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସାହାଯ୍ୟ ର ହାତ ବଢ଼ାଇବାକୁ ସ୍ଥିର କରିଥିଲା l ଶ୍ରୀ ଜଗନ୍ନାଥ ଚାରିଟେବୁଲ ର ସଭାପତି ଓ ସମସ୍ତ ସଦସ୍ୟ ମାନେ ଗୃହ ଉପକରଣ ଜିନିଷ ସହିତ କିଛି ଖାଦ୍ୟ ସାମଗ୍ରୀ ଧରି ସେହି ଅସହାୟ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସାହାଯ୍ୟ ର ହାତ ବଢ଼ାଇ ଥିଲେ । ନିଜ କର୍ମ ଉପରେ ବିଶ୍ୱାସ କରୁଥିବା ଟ୍ରଷ୍ଟ ର ସମସ୍ତ ସଦସ୍ୟ ପୀଡ଼ିତ ପରିବାର ଙ୍କୁ ସାହାଯ୍ୟ କରି ପରିସ୍ଥିତି ସୁଧୁରିବା ପରେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ଭାଷା ରେ ବିପଦ ବେଳେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଦା ବେଳେ ରହିଛି ରହିବ ମଧ୍ୟ। ଏହି ମହାନ କର୍ମ ରେ ସଭାପତି ଦମନ ମହାନ୍ତି ଙ୍କ ସମେତ ଉପ ସଭାପତି ରଶ୍ମି ରଞ୍ଜନ ବାରିକ,ସନ୍ତୋଷ ବେହେରା, କେଦାର ସ୍ୱାଇଁ,ବିଭୁପ୍ରସାଦ ସାହୁ, ଦିଲ୍ଲିପ କୁମାର ନାଥ, କାଳନ୍ଦି ମଲ୍ଲିକ,ତପନ କୁମାର ନାଥ, ବନମାଳୀ ପତ୍ରୀ,ଜୟନ୍ତ ମଲ୍ଲିକ, ହରିପଦ ପଣ୍ଡା, ସୁନିଲ ଦାସ ,ବିନୋଦ ପଣ୍ଡା ଙ୍କ ସମେତ ସ୍ଥାନୀୟ ଲୋକ ମାନେ ଉପସ୍ଥିତ ଥିଲେ ।
