Spread the love

ଭି. ମାର୍ଟରେ ମହିଳାଙ୍କ ଭ୍ୟାଲେଟ ଚୋରି ଘଟଣା, କେରଳର ୬ ମାଛ ବ୍ୟବସାୟୀ ଗିରଫ

ଜାଗ୍ରତ ଭାରତ ନ୍ୟୁଜ, (ରୂପକ ମହାନ୍ତି, ଗଞ୍ଜାମ ବ୍ୟୁର )

ଟାଉନ ଥାନାକୁ ମିଳିଛି ବଡ଼ ସଫଳତା । ଚୋରି ହେବାର ୨୪ ଘଣ୍ଟା ମଧ୍ୟରେ ଚୋରକୁ ଧରିବାରେ ସକ୍ଷମ ହୋଇପାରିଛି ପୁଲିସ । ସ୍ଥାନୀୟ ଚର୍ଚ୍ଚରୋଡରେ ଥିବା ଭି.ମାର୍ଟ ନାମକ ଏକ ମଲରୁ ଜୈନିକା ମହିଳାଙ୍କ ଭ୍ୟାଲେଟ ଚୋରି କରିଥିବା ଅଭିଯୋଗରେ ଟାଉନ ଥାନା ପୁଲିସ ୬ଜଣ ମାଛ ବ୍ୟବସାୟୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ
କେରଳ ରାଜ୍ୟର ଆକାଶ ଓରଫ ପି. ଶିବା (୨୨) , ସରଥ ଏମଏସ (୨୩), ଜିଥେନ ଏମଏମ (୨୨), ମହେଶ(୨୨), ଅଜିତ ପି (୨୭)ଓ ହରିହରନ ପି(୨୮) ବୋଲି ପୁଲିସ କହିଛି । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ଭ୍ୟାଲେଟ ଅର୍ଥତ ୯୩୦୦ ଟଙ୍କା ଓ ଗୋଟିଏ ମୋବାଇଲକୁ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟାରେ ଛାତ୍ରପୁର ଅଞ୍ଚଳର ନମିତା ପାଢ଼ୀ ତାଙ୍କ ସ୍ୱାମୀଙ୍କ ସହ ବ୍ରହ୍ମପୁର ଚର୍ଚ୍ଚରୋଡରେ ଥିବା ଭି.ମାର୍ଟକୁ ଡ୍ରେସ କିଣିବା ପାଇଁ ଆସିଥିଲେ । ଏହି ସମୟରେ ଉପରୋକ୍ତ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ଭି. ମାର୍କେଟ ଭିତରକୁ ପ୍ରବେଶ କରିଥିଲେ। ଆଉ ଦୁଇ ଜଣ ବାହାରେ ଅପେକ୍ଷା କରିଥିଲେ । ଭିତରେ ପ୍ରବେଶ କରିଥିବା ୪ଜଣ ଯୁବକ ଉକ୍ତ ମହଲ ଭିତରେ ଡ୍ରେସ କିଣିବା ଭଳି ଅଭିନୟ କରିଥିଲେ। ଗ୍ରାହକ ନମିତା ଡ୍ରେସ କିଣି ଟ୍ରାଇଲ ରୁମ ଭିତରକୁ ଯାଇଥିଲେ। କିଛି ସମୟରେ ନମିତା ପୁରୁଣା ଡ୍ରେସ ବଦଳି ନୂଆଁ ଡ୍ରେସ ପରିଧାନ କରିଥିଲେ । ଏହି ସମୟରେ ନମିତା ନିଜର ପୁରୁଣା ଡ୍ରେସ ବାହାର କରି ଟେବଲ ଉପରେ ରଖିଥିଲେ। ଆଉ ନୂଆଁ ଡ୍ରେସ ତାଙ୍କୁ ମାନୁଛି କି ନାହିଁ ସ୍ୱାମୀକୁ ପଚାରିବାକୁ ଗଲେ । ଯିବା ବେଳେ ପୁରୁଣା ଡ୍ରେସ ସହ ନିଜର ଭ୍ୟାଲେଟଟିକୁ ଟେବୁଲ ଉପରେ ରଖିଥିଲେ । ଏହି ଭ୍ୟାଲେଟରେ ପ୍ରାୟ ୧୦ ହଜାର ଟଙ୍କା ଓ ମୋବାଇଲ ରହିଥିଲା । ମୌକା ଦେଖି ଜଣେ ଚୋର ଗ୍ରାହକଙ୍କ ଏହି ଭ୍ୟାଲେଟଟିକୁ ଚୋରି କରି ନେଇ ଯାଇଥିଲେ । ଏ ନେଇ ଗ୍ରାହକ ଜଣକ ଭି. ମାର୍ଟର ମ୍ୟାନେଜର ମଙ୍ଗୁଳୁ କୁମାର ବେହେରାଙ୍କୁ ଘଟଣା ବିଷୟରେ କହିଥିଲେ । ଘଟଣା ଶୁଣି ମ୍ୟାନେଜର ମହଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ପରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସ ଚୋରମାନଙ୍କ ଚୋରି କରିବାର ଦୃଶ୍ୟ ଦେଖି ଅଭିଯୁକ୍ତଙ୍କୁ ଚି଼ହ୍ନଟ କରିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରିଥିଲା । ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏସଆଇ ସିଲୁଧଳଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା । ସିଲୁଧଳ ଓ ତାଙ୍କ ଟିମ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଏକ ଲୋର୍ଜରୁ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କଙ୍କୁ ଥାନାକୁ ନେଇ ଜେରା ବେଳେ ସେମାନଙ୍କ କେରଳ ରାଜ୍ୟର ତ୍ରିସୁର ସିଟିର ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତମାନେ ମାଛ ବ୍ୟବସାୟ ଓ ଫାଷ୍ଟଫୁଡ଼ ଦୋକାନ କରିଥିବା ପୁଲିସକୁ କହିଛନ୍ତି । ଏ ନେଇ ଟାଉନ ଥାନା ପୁଲିସ କେରଳ ପୁଲିସକୁ ଚିଠି କରିଛି । ଉପରୋକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ କିଛି କୌଣସି ମାମଲା ରହିଛି କି ନାହିଁ ।ଏହା ସହ ଏମାନେ ବ୍ରହ୍ମପୁରରେ ଏକ ଚୋରି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ଅବଗତ କରାଇବା ପାଇଁ ଟାଉନ ଥାନା ପୁଲିସ ପକ୍ଷରୁ କେରଳ ପୁଲିସକୁ କୁହାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *