Spread the love

ଭୂବନେଶ୍ବର: ମନୁଷ୍ୟ ନିଜର ସ୍ବାର୍ଥ ପାଇଁ ଅବାଧ ବାଘ ଶିକାର କରିବାକୁ ପଛାଉ ନାହିଁ । ଭୁବନେଶ୍ବରରେ ବାଘଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବା ବେଳେ ଏସ୍‌ଟିଏଫ୍‌ର ଟିମ୍‌ ଅତର୍କିତ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ସୂଚନାମୁତାବକ, ଫନ୍ଫୋଭ୍ୟାଲି ରୋଡ଼ରେ ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି କରିବା ପାଇଁ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ ।

ଏହି ଡିଲ ଫାଇନାଲ ହେବା ପୂର୍ବରୁ ଏସ୍‌ଟିଏଫ୍‌ ଅତର୍କିତ ଚଢ଼ାଉ କରିଥିଲା। ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓ ବାଘ ଛାଲ ଜବତ କରାଯାଇଛି।ଏସ୍‌ଟିଏଫ୍‌ ଏସ୍‌ପି ରବି ଶତପଥୀ କହିଛନ୍ତି ଯେ, ଶିକାର ହୋଇଥିବା ବାଘର ବୟସ ପ୍ରାୟ ୧୦ ବର୍ଷ ହେବ। ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ବାଘ ଶିକାର ହୋଇଥିଲା। ଏବେ ବାଘ ଛାଲ ଜବତ ହୋଇଛି। କିନ୍ତୁ ବାଘର ନଖ, ମାଂସ, ଦାନ୍ତ ଆଦି କୁଆଡେ ଗଲା ସେନେଇ ଛାନଭିନ ଚାଲିଛି । ଏସ୍‌ଟିଏଫ୍‌ ଟିମ୍‌ ବାଘର ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିବେ ।

Leave a Reply

Your email address will not be published. Required fields are marked *