Spread the love

କଟକ: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ।

ସୂଚନା ଅନୁସାରେ ଭିଜିଲାନ୍ସ ଗିରଫ ପରେ ତାଙ୍କ ପଦରୁ ନିଲମ୍ବନ କରିଥିଲେ ସରକାର। ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଚଢଉ କରିଥିଲା ଭିଜିଲାନ୍ସ। ଏହା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା।ଧୀମାନ ଚକମାଙ୍କୁ ଭବାନୀପାଟଣା ଜେଲର ୩ ନମ୍ବର ୱାର୍ଡକୁ ସ୍ଥାନାନ୍ତର। ତାଙ୍କୁ ସାଧାରଣ ବିଚାରଧୀନ କଏଦୀଙ୍କ ସହ ରଖାଯାଇଛି । ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଜେଲ ଭିତରେ ଥିବା ମେଡିକାଲରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ରଖାଯାଇଥିଲା। ଜୁନ ୨୦ ତାରିଖରେ ଆଇଏଏସ୍‌ ଧୀମନ ଚକମା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କ୍ରସର ମାଲିକଙ୍କଠାରୁ ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *