Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଅନୁଗୋଳ ଖବର : ଟି ଟି ପି ଏସ କାରଖାନା ବନ୍ଦ ଘଟଣା – ବଅଁରପାଳରେ ବନ୍ଦ ଶତପ୍ରତିଶତ ସଫଳ

 

ଜେ ବି ଏନ, ୦୭/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ବଅଁରପାଳ : ତାଳଚେର ଥର୍ମାଲ୍ ପାୱାର ପ୍ଳାଣ୍ଟକୁ ଅଚାନକ କେନ୍ଦ୍ର ସରକାର ବନ୍ଦ କରିଦେବା ପ୍ରତିବାଦରେ ଜିଲ୍ଲା ବିଜେଡି ଦଳ ତରଫରୁ ଅନୁଗୋଳ ଜିଲ୍ଲା ବନ୍ଦ ଡାକରାର ପ୍ରଭାବ ବଅଁରପାଳ ଅଞ୍ଚଳରେ ଶତପ୍ରତିଶତ ସଫଳ ହୋଇଛି l ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଆହ୍ଵାନ କ୍ରମେ ଯୁବ ବିଜେଡ଼ି ନେତା ଅରୁନାଭ ସିଂହ ଙ୍କ ନେତୃତ୍ଵରେ ବଅଁରପାଳ ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା। ପୂର୍ବ ସୂଚୀ ଅନୁଯାଈ ଶ୍ରୀ ସିଂହଙ୍କ ନେତୃତ୍ଵରେ ବହୁ ସଂଖ୍ୟକ ବିଜେଡି କର୍ମକର୍ତ୍ତା ଓ ସଂଖ୍ୟାଧିକ ବିଜେଡି କର୍ମୀ ସକାଳ ୬ ଟା ରୁ ବଅଁରପାଳ ଛକରେ ବସି ରାସ୍ତା ଅବରୋଧ କରିବା ସହ ଥର୍ମାଲ୍ ପାୱାର ପ୍ଲାଣ୍ଟକୁ ବନ୍ଦ କରିବାର ମୁଖ୍ୟ ସଡ଼ଯନ୍ତ୍ରକାରୀ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିଥିଲେ l ରାସ୍ତା ଅବରୋଧ ଯୋଗୁଁ ବଅଁରପାଳ ଛକର ତିନି ପାର୍ଶ୍ଵରେ ସତାଧିକ ଗାଡି ମୋଟର ଅଟକି ରହିଥିଲା l ତହସିଲ୍, ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା l ସମସ୍ତ ଔଷଧ ଦୋକାନ ଓ ଦୁଗ୍ଧ ଜାତ ସାମଗ୍ରୀ ଦୋକାନ ମାନ ଖୋଲିଥିଲା l ଅନୁଗୋଳ ଜିଲ୍ଲାର ସର୍ବ ପୁରାତନ ପ୍ଳାଣ୍ଟକୁ କୌଣସି ପୂର୍ବ ସୂଚନା ନ ଥାଇ ହଠାତ୍ ବନ୍ଦ କରିଦେବା ଯୋଗୁଁ ଏହା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରି ପରିବାର ପ୍ରତି ପୋଷଣ କରୁଥିବା ହଜାର ହଜାର ପରିବାରଙ୍କ ଜୀବନ ଓ ଜିବିକା ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ l ତେଣୁ ଏହାକୁ ବନ୍ଦ ନ କରି ନୂତନ ପ୍ଳାଣ୍ଟ ହେବା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଯୁବନେତା ଅରୁନାଭ ସିଂହ ଦାବି କରିଥିଲେ l ତାଳଚେର ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତମାନ ପରିସ୍ଥିତିରେ ଚୁପ୍ ରହିଥିବାରୁ ଏହାର ଘୋର ନିନ୍ଦା କରିଥିଲେ l ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ କେନ୍ଦ୍ର ସରକାର ନିଜର ଭୁଲ ନିଷ୍ପତ୍ତିକୁ ହୃଦୟଙ୍ଗମ କରି ଥର୍ମାଲ୍ ପାୱାର ପ୍ଳାଣ୍ଟକୁ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନ କରି ବିଜେଡ଼ି ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସ୍ଥିତ ବିଜେଡିର କର୍ମକର୍ତ୍ତା ମାନେ ଚେତାବନୀ ଦେଇଥିଲେ l ଏହି ବନ୍ଦ ପାଳନରେ ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ମୀନକେତନ ଅମାନ୍ତ, ସୁବାଷ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ କୁମାର ଗଡନାୟକ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରବିଣ କୁମାର ସାମଲ, ସ୍ଥାନୀୟ ସରପଞ୍ଚ ଫକିର୍ ନାଏକ, ଉପେନ୍ଦ୍ର କୁମାର ସାମଲ, ଲମ୍ବୋଦର ପ୍ରଧାନ, ଦୁଷ୍ମନ୍ତ ପରିଡା, ପ୍ରଦ୍ୟୁମ୍ନ କୁମାର ଗଡନାୟକ, ସୁଜିତ୍ ସାହୁ, ପିଙ୍କୁ ପରିଡା, ଶ୍ରୀବତ୍ସ ମହାପାତ୍ର, ରଞ୍ଜନ କୁମାର ବିଶୋଇ, ଅଭୟ ସେନାପତି, ଶରତ ନାଏକ ଓ ଗିରୀଶ ଚଂଦ୍ର ବିଶ୍ଵାଳଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ l ସେହିପରି ଜୁରାଗାଡ଼ିଆ ଛକ ଠାରେ ବୁଢ଼ାପଙ୍କ ସରପଞ୍ଚ ଉତ୍ସବ ଦେହୁରୀ, ନୂଆହତା ସରପଞ୍ଚ ସଚ୍ଚିଦାନନ୍ଦ ବେହେରା, ଓ ସମିତି ସଭ୍ୟ ଶିବରାମ ମାଝୀ ଓ ଶତାଧିକ ଦଳୀୟ କର୍ମୀ ରାସ୍ତା ଅବରୋଧ କରି ଧର୍ମଘଟ କରିଥିଲେ l