Spread the love

ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ହୋଇଛି କୃଷିଗ୍ରାମ ଅନୁଗୋଳ

ଜିଲ୍ଲାରେ କୃଷକ ମାନଙ୍କ ପାଇଁ ବିଭିନ୍ନ ଉନ୍ନତ ମାନର କୃଷି ଉପକରଣ ଗୁଡିକ ର ଏକ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ପ୍ରଦର୍ଶିତ ହୋଇଛି ଅନୁଗୋଳ ସହର ଷ୍ଟାଡିୟମ୍ ପଡ଼ିଆରେ। ଏହି ପ୍ରଦର୍ଶନୀ କୁ କୃଷି ଗ୍ରାମ ନାମ ଦିଆଯାଇଥିବା ବେଳେ ଏଥିରେ ବହୁତ ପ୍ରକାରର ଚାଷ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଛି। ଏତଦ୍ ବ୍ୟତୀତ ନର୍ସରୀ ପୋଖରୀ ନିର୍ମାଣ କରି ମତ୍ସ୍ୟ ଜାଆଁଳ ଚାଷ ପ୍ରଣାଳୀ, ଚାଷ ପାଇଁ ଜଙ୍ଗଲ ଓ ମୃତ୍ତିକା ସଂରକ୍ଷଣ, ଅନୁଗୋଳ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ ପ୍ରଭୃତି ପାଇଁ ପ୍ରଦର୍ଶନ କରାଯାଇଥିଲା। ସୁଲଭ ମୂଲ୍ୟରେ ଚାଷ ଯନ୍ତ୍ରପାତି ଯଥା – ଟ୍ରାକ୍ଟର, ମିନି ଟ୍ରାକ୍ଟର ଓ ପାୱାର ଟିଲର୍ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାର କୃଷି ଅଧିକାରୀ ଓ ବିଶେଷଜ୍ଞ ମାନେ ଉପସ୍ଥିତ ରହି କିପରି ଭଲ ଚାଷ କରି ଲାଭବାନ ହୋଇ ପାରିବେ ଚାଷୀ ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *