Spread the love

ଅବୋଧ କୋମଳମତି ଶିଶୁର ମୃତ୍ୟୁ ପାଇଁ କିଏ ଦାୟୀ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ କୋଲହ୍ ବରପଦା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରରେ ଟୀକା ଗ୍ରହଣ ପରେ ଗୋଟିଏ ଅଢେଇ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଖାପାଖି ଚାରି ଜଣ ଶିଶୁଙ୍କ ତରଳ ଝାଡା ଓ ବାନ୍ତି ସହ ଜ୍ଵର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସି। ଗ୍ରାମ ବାସୀଙ୍କ ଅଭିଯୋଗ କି ଟୀକା ଗ୍ରହଣ ପରେ ଗ୍ରାମରେ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇଛି। ଯାହାକୁ ନେଇ ଗ୍ରାମରେ ଗୋଟିଏ ଶିଶୁର ମୃତ୍ୟୁ କୁ ନେଇ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଏବଂ ଏହି ଘଟଣା ପରେ ଆମ ପ୍ରତିନିଧି ଅଙ୍ଗନୱାଡି କେନ୍ଦ୍ରର NM ବିରଜା ରାଣୀ ଦାସ ଙ୍କୁ ଯୋଗାଯୋଗ କରି ଏ ବିଷୟରେ ପଚାରିବାରୁ ସେ ଏ ବିଷୟରେ କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ଦେଇ ନଥିବା ବେଳେ କ୍ୟାମେରା ସମ୍ମୁଖରେ ମନ୍ତବ୍ୟ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଗ୍ରାମ ବାସୀଙ୍କ ଅଭିଯୋଗ କି ଏକ କାଳୀନ ଏତେ କମ ବୟସର ଛୁଆଙ୍କୁ ତିନି ତିନୋଟି ଟୀକା ପ୍ରଦାନ କରିବାରୁ କୋମଳ ମତି ଶିଶୁ ମାନେ ତାକୁ ସହ୍ୟ କରି ନପାରି ଏଭଳି ଦୁର୍ଦ୍ଦଶା ଭୋଗ କରିଥିବା ଅଭିଯୋଗ ହୁଏ। ଏଥିପ୍ରତି ଆଞ୍ଚଳିକ ପ୍ରଶାସନ ଅଧିକାରୀ ତୀକ୍ଷ୍ଣ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୁଏ

କେନ୍ଦୁଝର ଜିଲ୍ଲା ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *