Spread the love

ଅମ୍ବାଭୋନା ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ , ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ

। ଅମ୍ବାଭୋନା
———————————-
-17/02/2023–ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ପରିସରରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମ୍ବାଭୋନା ଥାନାଧିକାରୀ ବିରାଳ ଚନ୍ଦ୍ର ସାହିସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ପାରା ଫୋର୍ସ ର ସୁକୁମାର ବେହେରାଙ୍କ ସଞୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁନାରୁ ପଧାନ,ସକ୍ରାଜିତ ସାହୁ, ପ୍ରଫୁଲ୍ଲ ପଧାନ, ପ୍ରହଲ୍ଲାଦ ଖମାରୀ, ଗୌରୀଶଙ୍କର ଅଗ୍ରଓ୍ବାଳ, ଡୋଲାମଣି ପଟେଲ, ରଘୁନାଥ ପଟେଲ, ସନ୍ନ୍ୟାସୀ ଦେହେରୀ, ହିରାଧର ସାହୁ, ଗଜେନ୍ଦ୍ର ଦାସ, ଖେଟବ୍ରତ ସାହୁ, ଶ୍ୟାମ ଲାଲ ନାଏକ,ସୁଧୀର ପଧାନ,ରାଜେଶ ଦୋରା ,ସଚିଦାନନ୍ଦ ପୁରୋହିତ,ଶିବନାରାୟଣ ପଧାନ, ପ୍ରମୁଖ ଯୋଗ ଦେଇ ଅମ୍ବାଭୋନା ରେ ବଢିଚାଲିଥିବା ଅବାଧ କପଶିରପ, ନାକୋଟିନ ଟେବଲେଟ ଓ ଦେଶୀମଦ କାରବାର ରୋକିବାକୁ ଅମ୍ବାଭୋନା ଥାନାଧିକାରୀ ବିରାଳ ଚନ୍ଦ୍ର ସାହିସ ଙ୍କୁ ନିବେଦନ କରିଥିଲେ ।ପ୍ରକାଶପୁର -ଭୁକ୍ତା ରେ ଏକ ପୋଲିସ ଫାଣ୍ଡି ଖୋଲାଯିବାକୁ ଏବଂ ଡୁଙ୍ଗୁରୀ ଫାଣ୍ଡିରେ ପୋଲିସ ଏ.ଏସ.ଆଇ ନିଯୁକ୍ତି ଦେବାକୁ ଦାବି କରିଥିଲେ।ସମ୍ବରଧରା ଠାରୁ ରୁଚିଦା ଓ ବଡଧରା ସୀମାନ୍ତ ଅଂଚଳରେ ସ୍ଥାନେ ସ୍ଥାନେ ସିସି ଟିଭି ଲଗାଯାଇ ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି । ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ସହ ଲୋକମାନଙ୍କ ଧନଜୀବନ ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଏହି ବୈଠକରେ ଦାବି କରାଯାଇଥିଲା । ସୀମାନ୍ତ ଅଂଚଳରେ ଅଚିହ୍ନା ଅଜଣା ଲୋକଙ୍କ ଯାତାୟାତ କରୁଥିବା ହେତୁ ସେମାନଙ୍କ ଗତିବିଧି ଉପରେ ପୋଲିସର ନଜର ରଖିବାକୁ ଓ ଯାଞ୍ଚ କରିବାକୁ ମତ ପ୍ରକାଶ ପାଇଥିଲା । ଶେଷରେ ଥାନାଧିକାରୀ ବିରାଳ ଚନ୍ଦ୍ର ସାହିସ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *