Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅମ୍ବାଭୋନା ବ୍ଲକ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ତାଲା ପକାଇଲେ ଚାଷୀ 

ଜେ. ବି. ଏନ୍ (୦୯/୦୨ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ,

ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଧାନ ବିକ୍ରି ସମସ୍ୟା ନେଇ ଗତକାଲି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ଠାରେ ଚାଷୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ। କିନ୍ତୁ ପ୍ରଶାସନ କୌଣସି ସମାଧାନ ହୋଇପାରି ନଥିବାରୁ ପୁଣି ଆନ୍ଦୋଳନ କରିଛନ୍ତି। ଅମ୍ବାଭୋନା ବ୍ଳକ ଲାଲବାହାଦୂର ଶାସ୍ତ୍ରୀ କୃଷକ ସଂଗଠନର ଆହ୍ୱାନ କ୍ରମେ ଅମ୍ବାଭୋନା ବ୍ଳକ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ତାଲା ପକାଇଛନ୍ତି। ତାଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଳକ ଅଫିସରେ ତାଲା ପକାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଅମ୍ବାଭୋନା ବ୍ଳକର ବିଭିନ୍ନ ଧାନ ବିକ୍ରି କେନ୍ଦ୍ରରେ ୧୫ହଜାର କ୍ବିଣ୍ଟାଲ ଧାନ ଚାଷୀ ଖଳା ଓ ମଣ୍ତି ଗୋଦାମରେ ପଡ଼ି ରହିଛି। ସେହିପରି ଏଣ୍ଟ୍ରି ହୋଇଥିବା ୯୦ ଜଣ ଚାଷୀଙ୍କ ଟୋକନ ନାକଚ କରିଦେଇଛନ୍ତି। ତେବେ ନାକଚ ହୋଇଥିବା ଟୋକନଗୁଡ଼ିକ କାର୍ଯ୍ୟକ୍ଷମ କରାଯିବା ଏବଂ ଜାନୁଆରୀ ୧୫ତାରିଖ ପରେ ଆସିଥିବା ଟୋକନର ଧାନ ଏଣ୍ଟ୍ରି କରି ଆସନ୍ତା ୧୫ତାରିଖ ସୁଦ୍ଧା ମଣ୍ତି ଚାଲୁ ରହୁ ବୋଲି ଚାଷୀ ଦାବି କରି ବ୍ଳକ ଅଫିସରେ ତାଲା ପକାଇଛନ୍ତି ।