Spread the love

ଭୂବନେଶ୍ଵର, ୨୧/୦୩ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ । ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠ ପଢ଼ା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ ହେବ । ସମସ୍ତ ଜିଲ୍ଲାପାଳଙ୍କୁ ଗତକାଲି ଚିଠି ଲେଖି ଜଣାଇଥିଲେ ଗଣଶିକ୍ଷା ସଚିବ । ‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଘୋଷଣା କରିଥିଲେ ରାଜ୍ୟ ସରକାର।

ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତେଣୁ ସ୍କୁଲ ସମୟ ପରିବର୍ତ୍ତନ କରିବା ପାଇଁ ସରକାର ଚିନ୍ତା କରିଛନ୍ତି । ଶୁକ୍ରବାରଠୁ ସକାଳୁଆ ସ୍କୁଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛ ନ୍ତି। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ନିର୍ଘଣ୍ଟ ହୋଇଛି ।ଏହା ସହ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲରେ ପାନୀୟ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍କୁଲରେ ଯଥେଷ୍ଟ ପରିମାଣର ଓଆରଏସ ପ୍ୟାକେଟ ରଖିବାକୁ କୁହାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀଙ୍କ ଦ୍ବାରା କ୍ଲାସରୁମ ବାହାର କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଛି। ସେହିପରି ପିଲାମାନେ ସ୍କୁଲ ଯିବାବେଳେ ପାଣି ବୋତଲ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଜନ ସଚେତନ ଉପରେ ଗୁରୁତ୍ବ ରହିଛି ।

Leave a Reply

Your email address will not be published. Required fields are marked *