Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାଧାରଣ ସଭା ଆୟୋଜିତ

 

 

ଜେ ବି ଏନ, ୦୮/୦୩ /୨୦୨୧, ଅନୁଗୋଳ : ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଅନୁଗୋଳ ପୌର ପରିଷଦର ବିଜୁ ମହିଳା ଜନତା ଦଳ ତରଫରୁ ଜିଲ୍ଲା କାଳାକେନ୍ଦ୍ର ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁବାବୁ ଙ୍କ ଗୁଣ ଗାନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କ୍ରମ ବିଷୟରେ ଆଲୋଚନା କରାଯିବା ସହିତ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ଦେବାସହିତ

ଏସ.ଏଚ.ଜି ମାଧ୍ୟମରେ ମହିଳା ମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବା ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ କୁମାରୀ ଶେଫାଳୀ ପଟ୍ଟନାୟକ, ଶ୍ରୀମତୀ ସସ୍ମିତା ସିଂହ, ତରୁନାମ ବିବି,ଶ୍ରୀମତୀ ରିତା ସିଂହ,ଶ୍ରୀମତୀ ମିନତି ମଞ୍ଜରୀ ସିଂହ,ଶ୍ରୀମତୀ ଗୀତାଞ୍ଜଳି ସ୍ୱାଇଁ, ଶ୍ରୀମତୀ ପ୍ରତିମା ସାହୁ,ଶ୍ରୀମତୀ ନିରୁପମା ପାଣି,ଶ୍ରୀମତୀ ପ୍ରିୟଦର୍ଶିନୀ ମନ୍ତ୍ରୀ,ଶ୍ରୀମତୀ କୁନ୍ତଳା ପଣ୍ଡା,ଶ୍ରୀମତୀ ସ୍ମିତାରାଣି ଦଳବେହେରା ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ, ଉକ୍ତ ସାଭାରେ ବିଜୁ ମହିଳା ଜନତା ଦଳର ନଗର ସଭାପତି ଶେଫାଳୀ ପଟ୍ଟନାୟକ, ନଗର ଉପସଭାପତି ଶ୍ରୀମତୀ ରିତା ସିଂହ,ଶ୍ରୀମତୀ ନିରୁପମା ପାଣି, ଶ୍ରୀମତୀ ପ୍ରିୟଦର୍ଶିନୀ ମନ୍ତ୍ରୀ,ଶ୍ରୀମତୀ ମିନତି ମଞ୍ଜରୀ ସିଂହ,ଶ୍ରୀମତୀ ଶକୁନ୍ତଳା ଦାସ,ନଗର ସାଧାରଣ ସମ୍ପାଦକ ଶ୍ରୀମତୀ ସ୍ମିତାରାଣୀ ଦଳବେହେରା,ଶ୍ରୀମତୀ ସୁଚିତ୍ରା ସାହୁ,ଶ୍ରୀମତୀ ମଙ୍ଗଳାରାଣି କର୍ମାକର,ଶ୍ରୀମତୀ ମାଳିନୀ ସର,ଶ୍ରୀମତୀ ସସ୍ମିତା ସାହୁ, ନଗର କୋଷାଧ୍ୟକ୍ଷ ଶ୍ରୀମତୀ ସୁପ୍ରିୟା ପ୍ରଧାନ, ସୋସିଆଲ ମିଡ଼ିଆ କୁମାରୀ ସୁଚିଶ୍ମିତା ବସ୍ତିଆ,ରିଙ୍କି ସାହୁ,ଶ୍ରୀମତୀ କାନ୍ତିଲତା ମହାରଥ,ଶ୍ରୀମତୀ ମଞ୍ଜୁଲତା ନାୟକ ଉପସ୍ଥିତ ରହିବା ସହିତ ପ୍ରତ୍ୟେକ ୱାର୍ଡର ମହିଳା ୱାର୍ଡ ସଭାପତିଙ୍କ ସମେତ ଶହ ଶହ ବିଜୁ ପ୍ରେମୀ ମାହିଳା ମାନେ ଉପସ୍ଥିତ ଥିଲେ l