Spread the love

ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜା

ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କର ପିଠରେ ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବେଳପତ୍ର ବିଭିନ୍ନ ଫୁଲହାର ଓ ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ବାବା ଆଖଣ୍ଡଳମଣୀଙ୍କ ଘର୍ଷଣୀ ଓ ମହାସ୍ନାନ କରାଯାଇଥିଲା। ବେଳପତ୍ର ଓ ବିଭିନ୍ନ ଫୁଲ ରେ ବାବାଙ୍କୁ ସୁସଜ୍ଜିତ କରାଯାଇଥିଲା। ଚୁଡାଘଶା ଓ ପଣା ଭୋଗ ଲାଗି କରାଯାଇଥିଲା। ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା କରିଥିଲା। ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡା ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *