Spread the love

ଆଡପ ମଣ୍ଡପକୁ ବିଜେ କଲେ ଜଗନ୍ନାଥ

ଅଟକି ଯାଇଥିବା ରଥ ମାଉସୀ ମା ଘରେ ପହଞ୍ଚିଲା ପରେ ଅପରାହ୍ନରେ ରାଜପୁରୋହିତଙ୍କ ଦ୍ବାରା ରଥଉପରେ ମଙ୍ଗଳାର୍ପଣ ପୂଜା ଓ ପଣା ଭୋଗ ଲାଗି କରାଯାଇଥିଲା। ଘଣ୍ଟୁଆ ମାନଙ୍କ ଦ୍ବାରା ଘଣ୍ଟ ପରିବେଶଣ। ଯୁବରାଜ ଅମର ଜୈତି ସିଂହଦେଓ ପହଣ୍ଡି କରି ଠାକୁରଙ୍କୁ ମାଉସୀ ମା ମନ୍ଦିରକୁ ପହଞ୍ଚାଇବା ପରେ ସେଠାରେ ମଙ୍ଗଳାର୍ପଣ ପୂଜା କରାଯାଇଥିଲା। ବେଶ କରାଯାଇ ଆଡପ ମଣ୍ଡପକୁ ବିଜେ କରାଯାଇଥିଲା ଠାକୁର ଙ୍କୁ। ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି କରାଯାଇ ଥିଲା। ରାତ୍ରରେ ଅର୍ନଧୂପ ଲାଗି କରାଯାଇଥିଲା। ଆସନ୍ତା କାଲି ଠାରୁ ଆଡପ ମଣ୍ଡପରେ ଭକ୍ତମାନେ ଅଭଡା ପାଇପାରିବେ। ମନ୍ଦିର ପୂଜକ ମଳୟ କର, ପୂଜକ ମନସୁମନ ମିଶ୍ର, ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆସେବକ ସମ୍ଭୁନାଥ ମହାପାତ୍ର,କାହାଳିଆ ଟିକନ ବେହେରା ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ଆଡପ ମଣ୍ଡପକୁ ବିଜେ ନିତି ପାଳନ ହୋଇଥିଲା

Leave a Reply

Your email address will not be published. Required fields are marked *