Spread the love

ଆନନ୍ଦ ଉଲ୍ହାସ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳିଲେ ତାଳଚେର ବାସୀ

ତାଳଚେର :ତା 26/06: ତାଳଚେର ର ଗର୍ବ ଗୌରବ ଏ ମାଟିର ସୁପୁତ୍ର ଓଡିଶା ର ରତ୍ନ ଉଜ୍ଜଳା ପୁରୁଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଜୁନ 26 ରେ ଜନ୍ମଦିନ |ସମଗ୍ର ତାଳଚେର ର ବିଭିନ୍ନ କୋଣ ଅନୁକୋଣ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କର ଜନ୍ମଦିନ କୁ ଆନନ୍ଦ ଉଲ୍ହାସ ର ପାଳନ କରାଯାଇଛି |

ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମନ୍ଦିର ରେ ସାମୁହିକ ଭାବେ ପୂଜାର୍ଚନା ସହ ଭଗବାନ ଙ୍କ ଠାରେ ଦୀପ ପ୍ରଜ୍ଜଳନ କରି କେନ୍ଦ୍ରମନ୍ତ୍ରୀ ଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରତର କାମନା କରାଯାଇଛି |କେବଳ ବିଜେପି ନୁହେଁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମବାସୀ ଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ରମନ୍ତ୍ରୀ ଙ୍କର ଜନ୍ମଦିନ ପାଳନ କରିଛନ୍ତି |

ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ଚାରା ବଣ୍ଟନ, ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ, ଗରିବ ଅସହାୟ ଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ, ରକ୍ତଦାନ ଶିବିର ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଛି |ବ୍ରାହ୍ମଣୀ ମଣ୍ଡଳ ରେ ମଣ୍ଡଳ ସଭାପତି ଅଜୟ ସାହୁ, ସୁଶାନ୍ତ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ଖଇରା ପ୍ରଧାନ ଙ୍କ ନେତୃତ୍ୱ ରେ କଙ୍କିଳି ରେ ଶିବ ମନ୍ଦିର ରେ ପୂଜାର୍ଚନା ସହ ବୃକ୍ଷ ରୋପଣ, ଗୁରୁଜାଙ୍ଗ ପଂଚାୟତ ରେ ବୃକ୍ଷ ରୋପଣ, ଗୋଡ଼ିବନ୍ଧ ମେଡିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ, ଆଦି କାର୍ଯ୍ୟକ୍ରମ କରାଯାଇଛି |ରେଳ ମଣ୍ଡଳ ରେ ମଣ୍ଡଳ ସଭାପତି ସୁଶାନ୍ତ ମହାନ୍ତି, ସରପଞ୍ଚ ସହଦେଵ ସାହୁ, ପ୍ରଦୀପ ସାମଲ ଙ୍କ ନେତୃତ୍ୱ ରେ ଝାଡ଼ିଅମ୍ବା ସ୍ମଶାନ ରେ ବୃକ୍ଷ ରୋପଣ ଓ ମନ୍ଦିର ରେ ପୂଜାର୍ଚନା କରାଯାଇଛି |ସାର ଶକ୍ତି ମଣ୍ଡଳ ରେ ମଣ୍ଡଳ ସଭାପତି ଦୀପକ ଦାସ, ନରେନ୍ଦ୍ର ସାହୁ, ସନ୍ତୋଷ କୁମାର ମହା ସୁପକାର, ଗୋପାଳ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଗୋବରା ଠାରେ ବୃକ୍ଷ ରୋପଣ କରାଯାଇଛି |

ତାଳଚେର ହାଟ ତୋଟା ହନୁମାନ ମନ୍ଦିର ରେ ବିଭୁତି ସାହୁ ଙ୍କ ନେତୃତ୍ୱ ରେ ପୂଜାର୍ଚନା ସହ ଦୀପ ପ୍ରଜ୍ଜଳନ ସହ ଗରିବ ଲୋକଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମା ବସନ୍ତ ମଞ୍ଜରୀ ପ୍ରଧାନ ଅତିଥି ଭାବେ ଉପସ୍ଥିତ ଥିଲେ |ଶ୍ରମିକ ସଂଘ ତରଫରୁ ଦେଉଳବେଡା କ୍ଲବ ଠାରେ ମନୋଜ ପ୍ରଧାନ ଙ୍କ ନେତୃତ୍ୱ ରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି |ତାଳଚେର ପୌରାଞ୍ଚଳ ଚିତ୍ରକୂଟ ମନ୍ଦିର ରେ ମଣ୍ଡଳ ସଭାପତି ରାଜେଶ ଦଳେଇ, ଜିତେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ପୂଜାର୍ଚନା ସହ ସାମୁହିକ ଦୀପ ପ୍ରଜ୍ଜଳନ କରାଯାଇଛି |ସାଉଥ ବଲଣ୍ଡା ଠାରେ ପର୍ଯ୍ୟାବରଣ ମଞ୍ଚ ତରଫରୁ ଶ୍ରୀନିବାସ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ବୃକ୍ଷ ରୋପଣ ଓ ଚାରା ବିତରଣ କାର୍ଯ୍ୟକ୍ରମ କରାଯାଇଛି |

Leave a Reply

Your email address will not be published. Required fields are marked *