Spread the love

ଆଜି ମାର୍ଚ୍ଚ ୭ ତାରିଖ ଦିବା ୧୦ ଘଟିକା ସମୟରେ ଗଁଦିଆ ବ୍ଲକ,ଲାଉଲଇ ସ୍ଥିତ,ପ୍ରିୟ ସେଚ୍ଛାସେବୀ ସଙ୍ଗଠନ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ହୋଇଯାଇଅଛି। ଜନଶିକ୍ଷଣ ସଂସ୍ଥାନ ଢେଙ୍କାନାଳ ଓ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶୋକ କୁମାର ଦାସ ଉପସ୍ଥିତ ରହି ଆଜିର ଦିନରେ ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାନସ ରଞ୍ଜନ ଦାସ, ମହିଳା ହିଂସା ରୋକିବା ସହ କୌଶଳ ବିକାଶ ତାଲିମ ନେଇ ଜୀବନ ଜୀବିକା ଆପଣେଇବାକୁ ବକ୍ତବ୍ୟ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଲାଉଲଇ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ରାଉଳ, ସମିତି ସଭ୍ୟା ମୋନାଲିସା ସାହୁ ଓ ବେଗା ପଞ୍ଚାୟତର ସରପଞ୍ଚ ରାହୁଲ ରାୟ ମହାଳିକ ଓ ଲେଥକା ପଞ୍ଚାୟତର ସରପଞ୍ଚ ଓମ୍ ପ୍ରକାଶ ଦାସ ମହିଳା ମାନଙ୍କର ସ୍ୱାସ୍ଥ୍ୟଗତ ଓ ଅର୍ଥନୈତିକ ସମସ୍ୟା ସମ୍ବନ୍ଧରେ ବୁଝାଇ କହିଥିଲେ। ଲାଉଲଇ ଗ୍ରାମରେ ଏକ ସଚେତନତା ରାଲି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଇଲନ ପ୍ରଭା ସେନାପତି, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣ୍ଣା ଧଳ,ପଙ୍କଜିନୀ ବେହେରା, ରବୀନ୍ଦ୍ର କୁମାର ସାମଲ ସହଯୋଗ କରିଥିଲେ। ଶେଷରେ ନିର୍ଦ୍ଦେଶକ ଟଙ୍କଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *