Spread the love

ଆରତୀ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ସାମୁହିକ ସାମ୍ବାଦିକ ସମ୍ମିଳନୀ।

କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ନିର୍ବାଚନ ମଣ୍ଡଳୀର କାଖଡି ଗ୍ରାମ ପଞ୍ଚାୟତ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଆରତୀ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ ସାମୁହିକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଆରତୀ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବନ୍ଦ କରିବା ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ ହୋଇ ବସି ରହିଛି। ଉକ୍ତ ସମସ୍ୟାର ସମାଧାନ ଦାବିରେ ପଞ୍ଚାୟତ ର ସରପଂଚ ଶ୍ରୀମତୀ କଳ୍ପନା ଛତାର ଓ ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପଞ୍ଚାୟତ ଦାବି ଅନୁଯାଇ ସର୍ବପ୍ରଥମେ ସ୍ଥାନୀୟ ନିଯୁକ୍ତି କୁ ପ୍ରାଧାନ୍ୟ ଦେବା, କମ୍ପାନୀ ର ମନମୁଖୀ ପାଣି ନେବା , କମ୍ପାନୀର ଦୂଷିତ ଜଳକୁ ନଦୀରେ ନ ମିଶାଇବା, କମ୍ପାନୀ ସ୍ଥାନୀୟ ଅଞ୍ଚଳ ର କୌଣସି ଉନ୍ନତ ମୂଳକ କାର୍ଯ୍ୟ ନ କରିବା। ସ୍ଥାନୀୟ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନ କରିବା ଓ ବୃକ୍ଷ ରୋପଣ ନ କରିବା, ସ୍ଥାନୀୟ ସ୍କୁଲମାନଙ୍କରେ ବିକାଶ ପାଇଁ ପଦକ୍ଷେପ ନ ନେବା ଏହି ପରି ବିଭିନ୍ନ ସମସ୍ୟା ଆରତୀ କମ୍ପାନୀ ବର୍ଷ ବର୍ଷ ଧରି କରିଚାଲିଛି। ଏହା ଦ୍ବାରା କାଖଡି ଗ୍ରାମ ପଞ୍ଚାୟତ ବାସୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। କମ୍ପାନୀ ଏହାର ସମାଧାନ ଯଦି ୧୫ ତାରିଖ ମଧ୍ୟରେ ନ କରେ ତେବେ ଏକ
ଗଣ ବିକ୍ଷୋଭ କରାଯିବ ବୋଲି କଖଡି ପଞ୍ଚାୟତ ର ସରପଂଚ ଶ୍ରୀମତୀ କଳ୍ପନା ଛତାର ଓ ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି କହିଛନ୍ତି।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୂଜ୍

Leave a Reply

Your email address will not be published. Required fields are marked *