Spread the love

ଆଳୁ ଫସଲ ଉପରେ ଗଜରାଜଙ୍କର ଉତ୍ପାତ, ମାଡ଼ି ଦଳି ନଷ୍ଟ କରିଦେଲେ ଆଳୁ ଫସଲ


କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଦବୁନା ବିଟ୍ ର ନୟାଗଡ଼ ପଞ୍ଚାୟତ କଟୁପାଲି ଗାଁର ଆଳୁ ଫସଲ ଉପରେ ୧୪ ଟିକିଆ ହାତୀ ପଲଙ୍କ ଉତ୍ପାତ । ପାଖାପାଖି ୨୦ ଏକରରୁ ଅଧିକ ପରିମିତ ଜମିରେ ଆଳୁ ଚାଷ କରିଥିବା ଚାଷୀଙ୍କ ଉପରେ ଚଡ଼କ । ଖଣି ଅଞ୍ଚଳ ରେ ଦିନ କୁ ଦିନ ଚାଷ ଲୋପ ପାଇବାକୁ ବସିଥିବା ବେଳେ କିଛି ଚାଷୀ ବହୁ ପରିଶ୍ରମ କରି ଖଣି ଅଞ୍ଚଳ ରେ ଆଳୁ ଚାଷ କରି ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଝାଳବୁହା ପରିଶ୍ରମ ସବୁ ବୃଥା କରିଦେଲେ ୧୪ ଟିକିଆ ହାତୀ ପଲ । ଠିକ୍ ଅମଳ ହେବା ସମୟରେ ଗଜରାଜଙ୍କର ନଜର ପଡିଗଲା ଆଳୁ ଫସଲ ଉପରେ ଫଳରେ ମାଡ଼ି ଦଳି ନଷ୍ଟ କରିବା ସହ ଖାଇଗଲେ ହାତୀପଲ । ଚାଷୀ ମାନେ ହତାଶ ହୋଇ ପଡିଥିବା ଜଣାପଡିଛି । ତେଣୁ ଏହି ଚାଷ କରିଥିବା ଚାଷୀଙ୍କ ସହିତ ବନ ବିଭାଗ ଅଧିକାରୀ ଉକ୍ତ ଜମି ଉପରେ ହୋଇଥିବା ଆଳୁ ଚାଷ କେତେ ପରିମାଣର ନଷ୍ଟ ହୋଇଛି ତାକୁ ନେଇ ତଦନ୍ତ କରିବା ସହ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ,

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )

Leave a Reply

Your email address will not be published. Required fields are marked *