Spread the love

ଏଣିକି ଅନଲାଇନରେ ହେବ ନିଟ୍ ପରୀକ୍ଷା । ଆସନ୍ତା ବର୍ଷରୁ ଅନଲାଇନରେ ହେବ ପରୀକ୍ଷା ଏନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – ଓଏମଆର ଅପେକ୍ଷା ସିବିଟି ଭଲା ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏନ୍‌ଟିଏ ଜୁନ ୨୧ରେ ନିଟ୍‌ ୟୁଜି ପରୀକ୍ଷା ପୁନଃନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛି।

ପରୀକ୍ଷା ପ୍ରଥମେ ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ମେ’ ୭ରେ କିଛି ଆପତ୍ତି ଉଠିଥିଲା ଏବଂ ସରକାର ତଦନ୍ତ ଆରମ୍ଭ କରିଥିଲେ। ମେ ୧୨ ସୁଦ୍ଧା ଏହା ସ୍ପଷ୍ଟ ହୋଇଗଲା ଯେ ଏକ ଅନୁମାନ ପତ୍ର ଆଡ଼େଇ ପେପର ଲିକ୍ ହୋଇଥିଲା। ଆମେ ଚାହୁଁନାହୁଁ ଯେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି କୌଣସି ଅନ୍ୟାୟ ହେଉ।ନିଟ୍‌ ୟୁଜି ପରୀକ୍ଷା ଏବେ ଜୁନ୍ ୨୧ ତାରିଖରେ ପୁନଃନିର୍ଦ୍ଧାରିତ ହେବ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ନୂତନ ପରୀକ୍ଷା ତାରିଖ ଘୋଷଣା କରିଛି। ଜୁନ୍ ୨୧ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜୁନ୍ ୧୪ ତାରିଖ ସୁଦ୍ଧା ଉପଲବ୍ଧ ହେବ। ସେ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠିତ ଏନଟିଏ ୧୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ପରିଚାଳନା କରେ। ଏନଟିଏ ଫିସ୍ ଫେରସ୍ତ କରିବାକୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ସେମାନଙ୍କର ପସନ୍ଦର ସହର ବାଛିବାର ସ୍ୱାଧୀନତା ଦେବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *