Spread the love

ଇଣ୍ଟରନେସନାଲ ହ୍ୟୁମାନରାଇଟ କାଉନସିଲ ପକ୍ଷରୁ ସାଧାରଣ ସଭା

ବଅଁରପାଳ, ୧୫.୦୩ : ଆଜି ପୂର୍ବାହ୍ନରେ ଇଣ୍ଟରନେସନାଲ ହ୍ୟୁମାନରାଇଟ କାଉନସିଲ ଅନୁଗୋଳ ଜିଲ୍ଲା ବୋର୍ଡ ପକ୍ଷରୁ ତୁରଙ୍ଗ ଅଫିସ ଠାରେ ଏକ ସାଧାରଣ ସଭା ସଭାପତି ଇଞ୍ଜିନିୟର ଶ୍ରୀନିବାସ ଦାଶଙ୍କ ପୌରହିତରେ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ଆଇଏଚଆରସି ବୋର୍ଡର ମହିଳା ସଭାପତି ମିନା କୁମାରୀ, ସାଧାରଣ ସମ୍ପାଦକ ଆଇନଜୀବୀ ପ୍ରସନ୍ନ କୁମାର ମିଶ୍ର, ଉପ ସଭାପତି ବିଶ୍ୱନାଥ ମିଶ୍ର ଯୋଗ ଦେଇ ସମସ୍ତ ଧାରା, ସମ୍ବିଧାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟ ଆଇଏଚଆରସି ବୋର୍ଡର କାର୍ଯ୍ୟକାରୀ ସଭାପତି ଶୋଭାରାଣୀ ପଣ୍ଡା, ରାଜ୍ୟ ବୋର୍ଡର ସାଧାରଣ ସଂପାଦକ ଉମାକାନ୍ତ ସାହୁ, ପୁରୀ ଜିଲ୍ଲା ଉପ ସଭାପତି ମାନସୀ ଦାସ ଯୋଗ ଦେଇ ମାନବିକ ଅଧିକାର କଣ, ଏହା କିପରି ସାମୁହିକ ଉଦ୍ୟମରେ ସୁରକ୍ଷା ପ୍ରଦାନ ହେବ ତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ସାଧାରଣ ଲୋକ କିପରି ନିଜ ନିଜର ନ୍ୟାୟ ପାଇ ପାରିବେ ସେ ଦିଗରେ ଗୁରୁତ୍ୱାରୁପ କରିଥିଲେ । ଏହି ସାଧାରଣ ସଭାରେ ତାଳଚେର ସଭାପତି ଚିତ୍ତ ପ୍ରଧାନ, ଅନୁଗୋଳ ସଭାପତି ନିରୋଦ ପ୍ରଧାନ, ବଅଁରପାଳ ସଭାପତି ପ୍ରତାପ ପ୍ରଧାନଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇ ଦେଇଥିଲେ । ସର୍ବ ଶେଷରେ ବିଶ୍ୱନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଶତାଧିକ ଯୁବକ ,ଯୁବତୀ ଓ ମହିଳା ଭାଗ ନେଇ ମାନବାଧିକାର ସମ୍ପର୍କ ରେ ସଚେତନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ.

Leave a Reply

Your email address will not be published. Required fields are marked *