Spread the love

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଷ୍ଟିଅରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି l ଓଡିଶା ଡ୍ରାଇଭର ମହାସଂଘ, ଓଡିଶା ମୋଟର ଚାଳକ ସଂଘ ଓ ପରିବହନ ସଂଘ ଭଳି ୬ ଟି ସଂଘ ମିଳିତ ଭାବେ ୯ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦେଇଛନ୍ତି l ଦାବି ପୂରଣ ନ ହେବା ପର୍ଯ୍ଯନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି l ଏହି ବନ୍ଦର ପ୍ରଭାବ ଅନୁଗୋଳ ଜିଲ୍ଲାରେ ବ୍ଲକ ପଞ୍ଚମହଲା ଛକ ଠାରେ ସରୋଜ ସ୍ୱାଇଁ ଙ୍କ ନେତୃତ୍ଵରେ, ବନ୍ତଳା ଛକ ଠାରେ ଲଲିତ ପ୍ରଧାନ ଙ୍କ ନେତୃତ୍ଵରେ, ଛେଳିଆପଡା ଛକ ରୋହିତ୍ ବେହେରା ଙ୍କ ନେତୃତ୍ଵରେ, ବଡକେରା ଛକ ବଳରାମ ସାହୁ ଙ୍କ ନେତୃତ୍ଵରେ ଏହି ଆନ୍ଦୋଳନ ଅନୁଷ୍ଠତି ହୋଇଥିଲା l ଏହି ଆନ୍ଦୋଳନ ରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ମାନେ ସାମିଲ ହୋଇଥିଲେ l ଯେଉଁ ଗାଡିର ହଳଦିଆ ନମ୍ଵର୍ ପ୍ଲେଟ ଲାଗିଛି ବା ଯେଉଁ ଗାଡି ପରିବହନ କ୍ଷେତ୍ରରେ ନିୟୋଜିତ ଅର୍ଥାତ୍ ବସ୍, ଟ୍ରକ୍, ଟ୍ୟାକ୍ସି, ଅଟୋ ଏବଂ ଟ୍ରାଭେଲ୍ସ ଗାଡିକୁ ଅଟକାଇ ଥିଲେ କିନ୍ତୁ ସ୍କୁଲ ଗାଡି, ଜରୁରୀ କାଳୀନ ଗାଡି ସହିତ ପ୍ରାଇଭେଟ ନମ୍ଵର୍ ଥିବା ଗାଡିକୁ ଅଟକାଇ ନଥିଲେ l ଯାହା ଫଳରେ ଶାନ୍ତି ପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଚାଲିଥିବା ନେଇ ସଂଘ ପକ୍ଷରୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *