Spread the love

ଓଡିଆ ପୁଅ ତଥା ଭାରତର ମୁଖ୍ୟ ମହାଲେଖାକା ନିୟନ୍ତ୍ରକ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ମିଳିଛି ଆନ୍ତର୍ଜାତୀୟ ଦାୟିତ୍ବ। ସେ ଆନ୍ତର୍ଜାତୀୟ ଶ୍ରମିକ ସଂସ୍ଥା ବା ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ଏକ୍ସଟ୍ରନାଲ ଅଡିଟର ଭାବେ ମନୋନିତ ହୋଇଛନ୍ତି। ଏହି ପଦବୀ ପାଇଁ ତାଙ୍କୁ ଆନ୍ତର୍ଜାତୀୟ ସ୍ତରୀୟ ଏକ କଷ୍ଟକର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥିଲା।

ଏହି ସଂସ୍ଥା ବର୍ତ୍ତମାନ ଜେନିଭାରେ କାର୍ଯ୍ୟ କରୁଛି। ଗିରିଶ ଏହି ପଦବୀରେ 2024 ରୁ 2027 ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ମନୋନିତ କରାଯାଇଛି। ଓଡିଶାରେ ଜନ୍ମିତ ଗିରିଶ ମୁର୍ମୁ ପୂର୍ବରୁ ଜାମ୍ମୁକାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ସେ ଗୁଜୁରାଟ କ୍ୟାଡରର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ।

Leave a Reply

Your email address will not be published. Required fields are marked *