Spread the love

ଉତ୍କଳ ଦିବସ ପାଳନ ଅବସରରେ ବଡ଼ବିଲ ପୌରାଞ୍ଚଳ ରେ ଶୋଭାଯାତ୍ରା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଉତ୍କଳ ଦିବସ ଉପଲକ୍ଷେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ହରିହର ମନ୍ଦିରର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରା ବାହାରି ସମଗ୍ର ବଡ଼ବିଲ ସହର ଓ ବିଭିନ୍ନ ୱାର୍ଡ଼ ପରିକ୍ରମା କରି ବଡ଼ବିଲ ବିକାସ ମହଲ ଠାରେ ପହଞ୍ଚିଥିଲା। ଏହି ଅବସରରେ ଏକ ସୁସଜ୍ଜିତ ଗାଡ଼ିକୁ ରଥସଦୃଶ ସଜାଇ ଓ ସେଥିରେ ଉତ୍କଳ ପ୍ରଦେଶର ସମସ୍ତ ବରପୁତ୍ର ଓ ବୀରପୁତ୍ରଙ୍କ ଫୋଟୋକୁ ସଜାଇ ଓଡ଼ିଶାର ପାରମ୍ପାରିକ ବାଦ୍ୟ ନୃତ୍ୟର ତାଳେ ତାଳେ ଏହି ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଥିଲା।

ଏହି ପରିପ୍ରେକ୍ଷୀରେ ସକାଳ ପାଞ୍ଚ ଘଟିକା ସମୟରେ ରାମଧୁନ ସହ ଆଠ ଘଟିକା ସମୟରେ ବଡ଼ବିଲ ପୌରପାଳିକା ପକ୍ଷରୁ ବଡ଼ବିଲ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ନଅ ଘଟିକା ସମୟରେ ବଡ଼ବିଲ ବିକାସ ମହଲ ଠାରେ ଜାତୀୟ ପତାକା ଉତ୍ତୋଳନ ଓ ସେଠାରେ ଝୋଟି ରଙ୍ଗୋଲି ଓ ହୁଳହୁଳି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ଏବଂ ଓଡ଼ିଆ କବିତା ପାଠ ଓ ଅପରାହ୍ନ ରେ ପିଠା ପ୍ରତିଯୋଗୀତା କରଯାଇଥିଲା ଯେଉଁଥିରେ ଅଞ୍ଚଳର ବିଭିନ୍ନ ସଙ୍ଗଠନ ପକ୍ଷରୁ କାର୍ଯ୍ୟକ୍ରମରେ ଭାଗନେଇ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଶେଷରେ ଏକ ସାଧାରଣ ସଭାର ଅୟୋଜନ କରାଯିବା ସହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମକୁ ବଡ଼ବିଲ ପୌରପାଳିକା ପକ୍ଷରୁ ଅୟୋଜନ କରାଯାଇଥିବା ବେଳେ ବଡ଼ବିଲ ପୌରାଧିକାରୀ ରମେଶ ଚନ୍ଦ୍ର ନାୟକ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଙ୍କ ବଡ଼ବିଲ ପୌରାଞ୍ଚଳ ପ୍ରତିନିଧି ନୀଳମଣି ମହାନ୍ତ, ଭାରତୀୟ ଜନତା ପାର୍ଟିର ଓବିଶୀ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଚନ୍ଦ୍ରଗୁପ୍ତ ପ୍ରସାଦଙ୍କ ସମେତ ସମାଜ ସେବୀ ବିଜୟ, ମହାନ୍ତି ବଡ଼ବିଲ ଅଞ୍ଚଳରେ ଥିବା ବିଭିନ୍ନ ସଙ୍ଗଠନ, ସମାଜସେବୀ ଓ ଶତାଧିକ ସଂଖ୍ୟାରେ ଅଞ୍ଚଳ ବାସିନ୍ଦା ମାନେ ଯୋଗଦେଇଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *