Spread the love

ଉପବାଚସ୍ପତି ଙ୍କୁ ସାକ୍ଷାତ କଲେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମିତି ସଭ୍ୟ ଓ ଆଚାର୍ଯ୍ୟ

ଅନୁଗୋଳ/ବଅଁରପାଳ/ – ୧୫/୦୧ ଓଡିଶା ବିଧାନ ସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ମାନ୍ୟବର ରଜନୀକାନ୍ତ ସିଂ ଙ୍କୁ ଆଜି ତାଙ୍କ ବାସ ଭବନ ରେ ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପରିଚାଳନା ସମିତିର ସଭପତି ସତ୍ୟବାନ ବରାହ, ସମ୍ପାଦକ ଅଖିଳ କୁମାର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ମିଶ୍ର, ଆଚାର୍ଯ୍ୟ ତନ୍ମୟ କୁମାର ନାଥ ଓ ଲକ୍ଷ୍ମୀ ଧର ସାହୁ ପୁଷ୍ପ ଗୁଚ୍ଛ ଦେଇ ନୂତନ ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ମାନ୍ୟବର ବିଧାୟକ ସାକ୍ଷାତ ଆଲୋଚନା ସମୟରେ ସ୍କୁଲ ରେ କିପରି ପାଠ ପଢା ହେଉଛି ତାହା ପଚାରି ବୁଝିଥିଲେ। ଆଚାର୍ଯ୍ୟ / ଆଚାର୍ଯ୍ୟା କିପରି ଶୃଙ୍ଖଳିତ ପିଲାକୁ ଶିକ୍ଷା ଦାନ କରୁଛନ୍ତି ସେ ବିଷୟରେ ପରମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *