Spread the love

ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଆଜି ରେଡ଼କ୍ରସ ଭବନ ପରିସରରେ ଅଲ ଓଡିଶା ଘରୋଇ ବିଦ୍ୟାଳୟ ମାଲିକ ମାନଙ୍କର ଏକ କାଉନସିଲ ମିଟିଂ ଅନୁଷ୍ଠିତ ହୋଇ ଯାଇଛି. ସରକାରଙ୍କ ବାରମ୍ବାର ଘରୋଇ ସ୍କୁଲ ମାନଙ୍କୁ ଅତ୍ୟାଚାର, ପାତର ଅନ୍ତର ମନବୃତି ପ୍ରତି ଅସନ୍ତୋଷ ପ୍ରକାଶ କରି ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ଓ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ନିଷ୍ପତି ନେବା ପାଇଁ ଆଜିର ଏହି ଜେନେରାଲ କାଉନସିଲ ମିଟିଂ ବୋଲି କହିଛନ୍ତି ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ର ସଭାପତି ସତ୍ୟ ନାରାୟଣ ମିଶ୍ର. ସରକାର କୋଭିଡ ସମୟରେ ସ୍କୁଲ ଗୁଡ଼ିକୁ କୌଣସି ଆର୍ଥିକ ସାହାଯ୍ୟ ଦେଇନାହାନ୍ତି. ସରକାର ଆମକୁ ବହୁତ ହଇରାଣ କରୁଛନ୍ତି. ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ. ବର୍ଷେ ତଳେ ସରକାର କହିଲେ ପ୍ରତ୍ୟେକ ସ୍କୁଲକୁ ସାରଟିଫିକେଟ ଅଫ ରେକଗ୍ନିଶନ ଦେବାପାଇଁ ହେଲେ ଆଜି ପର୍ଯ୍ୟନ୍ତ ଷାଠିଏ ଭାଗ ସ୍କୁଲ ସାର୍ଟିଫିକେଟ ପାଇନାହାନ୍ତି.ପୁଣି ଏବେ ସରକାରୀ କଳ କହୁଛି ଯେ ଆଉଥରେ ଭେରିଫିକେସନ ହେବ. ଯେଉଁ ସ୍କୁଲ କୁ ରେକଗ୍ନିଶନ ଦେଉଛନ୍ତି ସେମାନଙ୍କୁ ଆମଠାରୁ ନେଇ ଆମ ସଂଘରେ ଫାଟ ସୃଷ୍ଟି କରିବାକୁ ସରକାର ଲାଗି ପଡିଛନ୍ତି. ପଚିଶି ଶତକଡା ଗରିବ ପିଲାଙ୍କୁ ମାଗଣାରେ ପଢାଇବାକୁ ସରକାର ନିର୍ଦେଶ ଦେଇଥିଲେ ଆମେ ସେ ନିୟମ ପାଳନ କରିଛୁ. ସରକାର ସେ ପଇସା ରିଏଂବର୍ଷ କରୁନାହାନ୍ତି. ସେହିଭଳି ଅଭିଭାବକ ମହାସଂଘ ଯେଉଁ ଆରୋପ ଲଗାଉଛି ସେସବୁ ମିଛ. ମୁ କୋଉ ସଙ୍ଘ ନାଁ ନେବାକୁ ଚାହୁଁ ନାହିଁ ବିଇଓ ଡିଇଓ ମାନେ ଆମକୁ ବିଲକୁଲ ସହଯୋଗ କରୁନାହାନ୍ତି. ଆଉ ଅତ୍ୟାଚାର ସହିହେଉନି. ଆଗାମୀ ଦିନରେ କି ପଦକ୍ଷେପ ନେବୁ ଆଜି ଆଲୋଚନା କରି ନିଷ୍ପତି ନିଆଯିବ ଓ ସରକାରଙ୍କୁ ଖୁବ ଶୀଘ୍ର ଜଣାଇଦେବୁ ବୋଲି ଚେତାବନୀ ଦେଇଛନ୍ତି ସଭାପତି ଶ୍ରୀ ସତ୍ୟ ନାରାୟଣ ମିଶ୍ର ।

ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *