Spread the love

ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଶନିବାର ବିଳମ୍ୱିତ ସନ୍ଧ୍ୟାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୨୦ଜଣ ଓଏଏସ୍‌ ଅଫିସରଙ୍କୁ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଏହି ଅଧିକାରୀମାନଙ୍କୁ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏଥିପାଇଁ ସରକାର ପ୍ରସ୍ତୁତି କ୍ରମରେ ଏହି ଅଦଳବଦଳକୁ ସ୍ୱାଭାବିକ ମନେ କରାଯାଉଛି ।

Leave a Reply

Your email address will not be published. Required fields are marked *