Spread the love

ଓ୍ଵିପ୍ରୋ ଫାଉଣ୍ଡେସନ-କଟକ ତରଫରୁ ୧୪ ତମ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

୨୨/୦୪/୨୦୨୩ କଟକ ଜୁବୁଲି ଟାୱାର ଠାରେ ଓ୍ଵିପ୍ରୋ ଫାଉଣ୍ଡେସନ-କଟକ ଶାଖା ତରଫ ରୁ ୧୪ ତମ ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା ଏହା ଟେକ୍ସଟାଇଲ ମର୍ଚାଣ୍ଟ ଆସୋସିଏସନ ହଲ”ରେ ଭଗବାନ ଶ୍ରୀ ପର୍ଶୁରାମଜୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା। ଏଥିରେ ବୈଶ୍ବିକ ଓ୍ଵିପ୍ରୋ ଫାଉଣ୍ଡେସନ ମହିଳା ସେଲର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ଚୈବେ ଓ ତାଙ୍କର ସ୍ଵାମୀ ଶ୍ରୀ ଦିପକ ଚୈବେ ଏହି ପୂଜାର ମୁଖ୍ୟ କର୍ତ୍ତା ଥିଲେ।
ଏହାସହିତ ରେଡକ୍ରସ ବ୍ଲଡ଼ ବ୍ୟାଙ୍କର ଡାଇରେକ୍ଟର ଡଃ ଚନ୍ଦ୍ରିକା ଦାସ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ସଂଞ୍ଚାଳନ କରିଥିଲେ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଥିବା ସତ୍ତ୍ବେ ୩୦ରୁ ଉର୍ଦ୍ଧ୍ବ ରକ୍ତଦାତା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ କିଛି ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଉତ୍କଳ ପ୍ରାଦେଶିକ ମାରଓ୍ଵାଡି ସମ୍ମେଳନ, କଟକ ମାରଓ୍ଵାଡି ସମାଜ, ଶ୍ରୀ ଶ୍ୟାମବାବା ମନ୍ଦିର ଟ୍ରଷ୍ଟ, ମାରଓ୍ଵାଡି ଯୁବା ମଞ୍ଚର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
“ବୈଶ୍ୱିକ୍ ଓ୍ଵିପ୍ରୋ ଫାଉଣ୍ଡେସନ୍”ର ପ୍ରାନ୍ତ ମହାସଚିବ ଅଶୋକ ଚୈବେ, ଜୟ ପ୍ରକାଶ ଯୋଶୀ, ଦିନେଶ ଯୋଶୀ, ସଞ୍ଜୟ ଶର୍ମା, କୈଳାସ ଶର୍ମା, ନଥମଲ ଯୋଶୀ, ରବି ଶଙ୍କର ଶର୍ମା, ମୋହନଲାଲ ଉପାଧ୍ୟାୟ, ଦିଲ୍ଲୀପ ଚୈବେ, ସୁରଜ୍ ଲଥାନିଆ, ଅମିତ ଶର୍ମା, ମହିଳା ସେଲର ସଂଗୀତା ଉପାଧ୍ୟାୟ, ମଧୁ ଶର୍ମା, ସୁଜାତା ଭରଦ୍ୱାଜ, ଶ୍ଵେତା ଲଧାନିଆ, ଗାୟତ୍ରୀ ଶର୍ମା, ମୀରା ଶର୍ମା, ମୀନାଦେବୀ ଶର୍ମା ପ୍ରମୁଖ ଉପସ୍ଥିତ ରହି ଏହି ସମାରୋହକୁ ସମ୍ପନ୍ନ କରିଥିଲେ l

Leave a Reply

Your email address will not be published. Required fields are marked *