Spread the love

*ଓ.ପି. ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬* ବରଗଡ଼ ୟୁନାଇଟେଡ୍କୁ ପରାସ୍ତ କରି ବିଏଫ୍‌ସି କୁଚିଣ୍ଡା ଚାମ୍ପିଅନ୍

ଅନୁଗୋଳ, ୧୮ ଅଗଷ୍ଟ ୨୦୨୬: ଅନୁଗୋଳ କଦମ ପଡ଼ିଆରେ ଆୟୋଜିତ ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ବରଗଡ଼ ୟୁନାଇଟେଡ୍‌କୁ ୭-୬ ଗୋଲ୍‌ରେ ପରାସ୍ତ କରି ବିଏଫ୍‌ସି କୁଚିଣ୍ଡା ଓ.ପି. ଜିନ୍ଦଲ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୬ର ଚାମ୍ପିଅନ୍ ହୋଇଛି। ଉତ୍କଣ୍ଠାପୂର୍ଣ୍ଣ ଏହି ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ଫୁଟବଲ୍ ପ୍ରେମୀଙ୍କ ଏକ ବିଶାଳ ସମାଗମ ହୋଇଥିଲା ।

ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଓ.ପି. ଜିନ୍ଦଲଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ  ଖେଳୁଆଡ଼ ମନୋଭାବ, ଦଳଗତ ପ୍ରଦର୍ଶନ, ଏକତା ଏବଂ କ୍ରୀଡ଼ା ଉତ୍କର୍ଷର ମୂଲ୍ୟବୋଧ ପ୍ରତିଫଳିତ ହୋଇଥିଲା, ଯାହା ଫୁଟବଲ୍ ପ୍ରତିଭାଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଥିଲା ।

ଫାଇନାଲ୍ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭାର ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ପ୍ରଧାନ, ଅନୁଗୋଳ ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ଡିଏସ୍‌ଓ ଶ୍ରୀ ଅକ୍ଷୟ ସେଠ, ଅନୁଗୋଳ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଶ୍ରୀ ପ୍ରଦୀପ୍ତ ବେହେରା, ଜିନ୍ଦଲ ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ହୃଦୟେଶ୍ୱର ଝା ଏବଂ ଜିନ୍ଦଲ ଫାଉଣ୍ଡେସନ୍‌ର ସିଏସଆର ମୁଖ୍ୟ ଶ୍ରୀ ଋଷି ପାଠାନିଆଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥିମାନେ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ସେମାନଙ୍କର ଉକୃଷ୍ଟ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବଂ କ୍ରୀଡ଼ାକୁ ପ୍ରୋତ୍ସାହିତ କରି ସ୍ଥାନୀୟ କ୍ରୀଡା ପ୍ରତିଭାକୁ ସୁଯୋଗ ସୃଷ୍ଟି କରୁଥିବାରୁ ଜିନ୍ଦଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଫୁଟବଲ୍ ଦଳଗୁଡ଼ିକୁ ଏବଂ ଉତ୍ସାହୀଖେଳାଳିମାନଙ୍କୁ ଏକାଠି କରିବା ସହିତ ସୁସ୍ଥ ପ୍ରତିଯୋଗିତା ଓ ସମ୍ପ୍ରଦାୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଯାଇଥିଲା।

ଏକାଧିକ ରୋମାଞ୍ଚକର ମ୍ୟାଚ୍ ପରେ ବିଏଫ୍‌ସି କୁଚିଣ୍ଡା ଫାଇନାଲ୍‌ରେ ଦୃଢ଼ ମନୋବଳ ଓ ଧୈର୍ଯ୍ୟର ସହିତ ଖେଳି ଓ.ପି. ଜିନ୍ଦଲ ସ୍ମାରକୀ ଟ୍ରଫି ହାସଲ କରିଥିଲା। ଅନ୍ୟପକ୍ଷରେ ବରଗଡ଼ ୟୁନାଇଟେଡ୍ ମଧ୍ୟ ଦୃଢତାର ସହ ମୁକାବିଲା କରି ଶେଷ  ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା।

ଫାଇନାଲ ମ୍ୟାଚ୍‌ରେ ଉତ୍ତମ ପ୍ରଦର୍ଶନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଏଫ୍‌ସି କୁଚିଣ୍ଡାର ସମୀର ପ୍ରଧାନଙ୍କୁ ମ୍ୟାନ୍ ଅଫ୍ ଦି ଫାଇନାଲ୍‌ସ୍ ପୁରସ୍କାର ଏବଂ ବରଗଡ଼ ୟୁନାଇଟେଡ୍‌ର ଆଲୋକ ଏକ୍କାଙ୍କୁ  ଶ୍ରେଷ୍ଠ ଗୋଲକିପର୍ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବିଏଫ୍‌ସି କୁଚିଣ୍ଡାର ଚିନ୍ନି କିଷାନଙ୍କୁ ସମ୍ମାନିତ କରାଯାଇଥିଲା।

ଟୁର୍ଣ୍ଣାମେଣ୍ଟ ଅବସରରେ ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ କଦମ ପଡ଼ିଆ, ଅନୁଗୋଳଠାରେ ନିର୍ମିତ ଏକ ସ୍ୱତନ୍ତ୍ର ଖେଳାଳି ପାଭିଲିଅନ୍‌ର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।

ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା କ୍ରୀଡ଼ା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଆୟୋଜକ, ମ୍ୟାଚ୍ ଅଧିକାରୀ, ଅଂଶଗ୍ରହଣକାରୀ ଦଳ, ସ୍ୱେଚ୍ଛାସେବୀ ଏବଂ ଫୁଟବଲ୍ ସମର୍ଥକମାନଙ୍କ ସାମୂହିକ ପ୍ରୟାସରେ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସମ୍ଭବ ହୋଇପାରିଥିଲା।

ଓ.ପି. ଜିନ୍ଦଲ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ଜିନ୍ଦଲ ଫାଉଣ୍ଡେସନ୍‌ର କ୍ରୀଡ଼ା ପ୍ରୋତ୍ସାହନ, ଉଦୀୟମାନ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ ଏବଂ ସମାଜର ବିକାଶ ଓ ସଶକ୍ତୀକରଣ ପ୍ରତି ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ଓ.ପି. ଜିନ୍ଦଲଙ୍କ ଦୂରଦର୍ଶୀ ଚିନ୍ତାଧାରାକୁ ଆଗେଇ ନେବା ସହ ନିରନ୍ତର ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *