Spread the love

ଖରସ୍ରୋତା ମହାବିଦ୍ୟାଳୟରେ ନିଶାମୁକ୍ତି ଅଭିଯାନ ପାଳନ ହୋଇଯାଇଛି

ଯାଜପୁର__ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଅବସ୍ଥିତ ସର୍ବପୁରାତନ କଲେଜ ସିଂହପୁର ଖରସ୍ରୋତା ମହାବିଦ୍ୟାଳୟରେ ଆଜି ନିଶାମୁକ୍ତି ଅଭିଯାନ ପାଳିତ ହୋଇଯାଇଛି। ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକ ପାଳନ ଅବସରରେ ଭାରତ ସରକାରଙ୍କ ଆହ୍ୱାନରେ ସମଗ୍ର ଭାରତରେ ନିଶାମୁକ୍ତ ବିକଶିତ ଭାରତ ଗଠନରେ ଯୁବଶକ୍ତି ବ୍ରତୀ ହେବାପାଇଁ ତଥା ନାଶା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରହିବା ପାଇଁ ଅଡଷ୍ଟ ୧୮ ତାରିଖକୁ ଶପଥ ଗ୍ରହଣ ଦିବସ ଭାବେ ସ୍ଥିର କରାଯାଇଥିଲା। ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଜି ଖରସ୍ରୋତା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଡ଼ ସୁଧାଂଶୁ କୁମାର ଦାସଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା।
ଆମେ ଏହି ମାରାତ୍ମକ ନିଶା କବଳରୁ ରକ୍ଷା ପାଇପାରିବା ସେ ବିଷୟରେ ଅଧ୍ୟକ୍ଷ ଙ୍କ ସମେତ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ, ମୀନକେତନ ତ୍ରିପାଠୀ, ସୁବାସ ଚନ୍ଦ୍ର ସାହୁ, କୈଳାସଚନ୍ଦ୍ର ମିଶ୍ର, ଅରୁଣ କୁମାର ସାମଲ,ବୈଭବ ନାୟକ, ଦୀପ୍ତି ରଞ୍ଜନ ସେନାପତି, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ସ୍କୁତି ସ୍କିତା ନାୟକ ଓ ଚନ୍ଦନ ପତି, ୟୁଥ୍ ରେଡକ୍ରସ ର କାଉନସିଲର ନୀଳମଣି ମଲ୍ଲିକ, ଅଧ୍ୟାପିକା ମମତା ମୟୀ ସାମଲ, ଗାୟତ୍ରୀ ଧଳ, ରୂପାଲି ମହାରଣା, ଜ୍ୟୋତି ପ୍ରଭା ମହାନ୍ତି,ରୁବ୍ରୀ ଏକ୍କା, ଝରଣା ଦେହୁରୀ,ପରି ପୋଷଣ କରିଥିଲେ। କାର୍ଯ୍ୟକ୍ରମ ରେ ପ୍ରଜାପିତା ବ୍ରହ୍ମାକୁମାରୀର ସଦସ୍ୟ ସଦସ୍ୟା ମାନେ ମଧ୍ୟ ଯୋଗଦାନ କରିଥିଲେ। ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ,ସବାଶେଷରେ କୁନିଶା ଠାରୁ ଦୁରେଇ ରହିବା ପାଇଁ ଏକ ଜାତୀୟ ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *