କନକବିରl ରେ ଦୁର୍ଗାପୂଜା ଓ ରଣଜିତା ମହୋତ୍ସବ ପାଳିତ
ଭଟଲି (ଅଭିମନ୍ୟୁ ପଧାନ) :- ଭଟଲି ବ୍ଲକ ଅନ୍ତର୍ଗତ କନକବିରl ଜମିଦାର ପରିବାର ତରଫରୁ ଦୁର୍ଗାପୂଜା ଓ ରଣଜିତା ମହୋତ୍ସବ ପାଳିତମହା ଆଡମ୍ବର ରେ ପାଳିତ ହୋଇ ଯାଇଅଛି l ଦୁର୍ଗାପୂଜା ଓ ରଣଜିତା ପର୍ବ ମହା ସମାରୋହ ରେ ଷଡ଼ବଂଶୀ ଗଣ୍ଡ ସମାଜ ଓ ଗ୍ରାମବାସୀ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଶ୍ରୀମାନ ପ୍ରବୀଣ କୁମାର ସିଂହ, ପ୍ରମୋଦ କୁମାର ସିଂହ, ସର୍ଦାର ପ୍ରଶାନ୍ତ କୁମାର ସିଂହ ଙ୍କ ନେତୃତ୍ୱ ରେ ବହୁ ପୁରାତନ କାଳରୁ ଚାଲି ଆସୁଛି l ଏହି କାର୍ଯ୍ୟକ୍ରମ ରେ ଶତାଧିକ ସମାଜ ର ଭାଇ ମାନେ ଉପସ୍ଥିତି ରହି ଖଣ୍ଡା, ତରୱାଲ ଓ ବୀର ବାଦ୍ୟ ଦ୍ୱାରା ଗ୍ରାମ୍ୟ ପରିକ୍ରମା କରିଥିବା ବେଲେ ଗାଁ ରେ ସମସ୍ତେ ଛତର ପୂଜା କରିଥିଲେ ପ୍ରଥମେ ସଭାପତି ଓ ସମ୍ପାଦକ ମାନଙ୍କୁ ତଥା ଵୟୋଜୈଷ୍ଠ ବ୍ୟକ୍ତି ମାନଙ୍କୁ ଫୁଲ ଚାନନ୍ଦ ଓ ଉପଢ଼ୋକନ ସହିତ ସମ୍ମାନିତ କରିଥିଲେ l ବରଗଡ଼ ଜିଲ୍ଲା ଷଡ଼ବଂଶୀ ଗଣ୍ଡ ସମାଜ ର ସଭାପତି ଶ୍ରୀମାନ ଲକ୍ଷ୍ମୀ ନାରାୟଣ ସିଂହ, କେଶାଇପାଲି ଗୁଡ଼ି ସମାଜ ର ସଭାପତି ତେଜରାଜ ସିଂହ,ସମ୍ପାଦକ ନୀଳମଣି ସିଂହ, ଦେବ୍ରୀଗଡ଼ ଶହୀଦ ସଂଗ୍ରାମୀ କମିଟି ର ସଭାପତି ତରଣୀ କୁମୁରା, ସମ୍ପାଦକ ବେଲାର ସିଂ ଗଣ୍ଡ , ଅମ୍ବାଭୋନା ଗୁଡ଼ି ସଭାପତି ମହାଦେବ ବାଗ , ସମ୍ପାଦକ ଦେବଦତ୍ତ ସିଂ, ଉପ ସଭାପତି ବଳରାମ ଧରୁଆ, ଖୋଲା ଗୁଡ଼ି ସମ୍ପାଦକ ଜଗନ୍ନାଥ ବାଗ, ଦେବରାଜ ବରିହା, ଲେଥେର ଗୁଡ଼ି ସଭାପତି ରବି ସିଂହ, ପାହାଡ଼ ଶ୍ରୀଗଡା ଗୁଡ଼ି ରୁ କୃପାସିନ୍ଧୁ ରାୟ, ଶତ୍ରୁଘ୍ନ ଭୁଏ, ସୁରେଶ ଧରୁଆ, ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସମସ୍ତେ ମା ଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କାରି ଘରକୁ ପ୍ରତ୍ୟବର୍ତ୍ତନ କରିଥିଲେ l

