Spread the love

Breaking news…..….

(କଲେଜ ପଢୁଆ ଛାତ୍ରୀ କୁ ଧକ୍କା ଦେଇ ଓଲଟି ପଡ଼ିଲା ଗହମ ବୋଝେଇ ଟ୍ରକ)
ଜଗତସିଂହପୁର
ତା =31/1/23
– ଏକ କଲେଜ ପଢୁଆ ଛାତ୍ରୀ କୁ ଧକ୍କା ଦେଇ ଓଲଟି ପଡ଼ିଲା ଗହମ ବୋଝେଇ ଟ୍ରକ। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କଟକ ମାଛଗାଁ ୫୫ ନମ୍ବର ଜାତୀୟ ରାଜପଥର ଚାନ୍ଦଗଡ ଛକ ନିକଟରେ । ଯାହାକି ପ୍ରାରମ୍ଭିକ ସୁଚନାରୁ ଜଣାପଡିଛି, ଆଜି ସକାଳ ୬ ଟା ୪୦ ମିନିଟ ସମୟରେ କଟକରୁ ଜଗତସିଂହପୁର ଅଭିମୁଖେ ଆସୁଥିବା ୧୦ ଚକିଆ ଟ୍ରକ ଯାହାର ନମ୍ବର OR- 05 W-6255, ଯାହାକି ଚାନ୍ଦଗଡ ଛକ ନିକଟରେ ଯାଉଥିବା ଏକ କଲେଜ ଛାତ୍ରୀ କୁ ପଛପଟୁ ଧକ୍କା ଦେବା ଫଳରେ ଛାତ୍ରୀ ଜଣକ କିଛି ବାଟ ଛିଟିକି ପଡ଼ିଥିଲା ଏବଂ ଗହମ ବୋଝେଇ ଟ୍ରକ ଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡିଥିଲା । ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚିବା ପୁର୍ବରୁ ଟ୍ରକ୍ ଡ୍ରାଇଭର ଓ ହେଲପର ଦୌଡି ଖସି ପଳାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଛାତ୍ରୀ ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ପଠାଇଛନ୍ତି। ଏଭଳି ବେପରୁଆ ଭାବେ ଗାଡି ଚଳାଚଳ କୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି, ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାଇବା ସହ ଟ୍ରକ୍ ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *