Spread the love

*କସ୍ତୁରା ପଦର ଗ୍ରାମରେ ଆର. ଡି ବିଭାଗର ବ୍ରିଜକାମ ନିମ୍ନମାନର ହୋଇଥିବାରୁ ଗ୍ରାମ ବାସୀଙ୍କ ଅଭିଯୋଗ*

ଗୋଲାମୁଣ୍ଡା :୧୦/୦୩/୨୦୨୫ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କସ୍ତୁରା ପଦର ଗ୍ରାମରେ ଦେଖିବାକୁ ମିଳିଛି ଧର୍ମଗଡ଼ ଆର. ଡି ବିବିଭାଗ ଜରିଆରୁ ନିର୍ମାଣ ହେଉଥିବା ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି, ସୂଚନା କ୍ରମେ ଧମାନପୁର ନାଏକ ପଡା ଠାରୁ ଜାମଝରନ , କୁସ୍ତୁରା, ଭଣ୍ଡାକଛାର, କାଲିପୁର,କେଗାଁ କୁ ସଂଯୋଗ କରୁଥିବା ରାସ୍ତା କସ୍ତୁରା ପଦର ନିକଟରେ ଆର. ଡି ବିଭାଗ ଜରିଆରୁ ନିର୍ମାଣ ହେଉ ଥିବାବେଳେ ବ୍ରିଜ କାମ ସମ୍ପୂର୍ଣ୍ଣ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ପକ୍ଷରୁ ବୈକୁଣ୍ଠ ରଣା, ପ୍ରେମଶିଲା ଗହିର, ଲକ୍ଷ୍ମୀ ସୁନାନୀ, ପ୍ରେମାନନ୍ଦ ସୀପକା, ଥବିରାମ ସୁନାନୀ ପ୍ରମୁଖ ପ୍ରତିବାଦ କରିଆସୁଥିଲେ ମଧ୍ୟ ଆର. ଡି ବିଭାଗ ଏସ ଡି ଓ କିମ୍ବା ନିର୍ବାହ ଯନ୍ତ୍ରୀ କୌଣସି କର୍ଣ୍ଣପାତ କରୁନାହାନ୍ତି, ଗ୍ରାମ ବାସୀଙ୍କ ଅଭିଯୋଗ ମତେ ବ୍ରିଜ କାମକୁ ବିରୋଧ କଲେ ଠିକାଦାର ମଦ୍ୟପାନ କରି ଗୁଣ୍ଡା ଗରଦୀ କରି ମାରିଦେବାକୁ ଧମକ ଦେଉଥିବା ପ୍ରକାଶ କରିଛନ୍ତି, ଏଠି ସ୍ପଷ୍ଟ ଜଣା ପଡୁଛି ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଶଳା ସୂତ୍ରl ନିବିଡ଼ ଥିବା ଚର୍ଚ୍ଚା ହେଉଛି, ସରକାର କାର୍ଯ୍ୟ ଆରମ୍ବ ହେବା ପୂର୍ବରୁ ସୂଚନା ଫଳକ ଦେବାପାଇଁ ନିର୍ଦେଶ ଦେଇ ଥିବା ବେଳେ ଏଠି ସୂଚନା ଫଳକ ବିହୀନ,ଏହି ସମ୍ପର୍କ ରେ ଜନକଲ୍ୟାଣ ସାମ୍ବାଦିକ ସଂଘର କର୍ମକର୍ତା ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପରାମର୍ଶ କରିବାରୁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶିଷ ସେଠି ଫୋନ ଉଠାଇ ନ ଥିଲା ବେଳେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ମୁଁ କୋକସରା ଜନଶୁଣାଣୀ କାର୍ଯ୍ୟରେ ରହିଛି ମୁଁ ଆସନ୍ତା କାଲି କାର୍ଯ୍ୟ ତଦାରଖ କରି ଉଚିତ ପଦକ୍ଷେପ ନେବି ବୋଲି କହିଛନ୍ତି, ଗ୍ରାମ ବାସୀଙ୍କ ଜିଦରେ ଯଦି ନିର୍ବାହୀ ଯନ୍ତ୍ରୀଙ୍କ ପଦକ୍ଷେପ ନ ନେଲେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେବୁ ବୋଲି ଅଭିଯୋଗ କାରୀ ଧମକ ଦେଇ କହିଛନ୍ତିଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ । ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *