ନାଲକୋ ଯାଦବ ସମାଜ ତରଫରୁ ଫଗୁ ଦଶମୀ ;-

ଅନୁଗୋଳ – ନାଲକୋ ଯାଦବ ସମାଜ ତରଫରୁ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ନାଲକୋ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଫଗୁ ଦଶମୀ ପାଳିତ ହୋଇ ଯାଇଛି, ଏଥିରେ ନାଲକୋ ନଗର ର 100ରୁ ଉର୍ଦ୍ଧ ପରିବାରଙ୍କୁ ନେଇକି ଏକ ସମାଜ ଗଠନ କରାଯାଇଛି, ଅପରାହ୍ନ 4ଘଟିକା ଠାରୁ ନାଲକୋ ସନ୍ତୋଷୀମା ମନ୍ଦିର ପାଖରୁ ଦୁଇ ଦଳ ଲଉଡ଼ି, ବାଜା ,ବାଣ ,ସାଉଣ୍ଡ ବଜାଇ ମେଳଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଯାଦବ ମହିଳା ମାନଙ୍କ ତରଫରୁ ରାଧା କୃଷ୍ଣ ଙ୍କୁ ବନ୍ଦା ପଣା କରି ମନ୍ଦିର ଙ୍କୁ ପ୍ରବେଶ କରାଇଥିଲେ

ମନ୍ଦିର ଭିତରେ ରୀତି ନୀତି ଅନୁସାରେ ପୂଜାର୍ଚନା ହୋଇଥିବା ବେଳେ ଉଭୟ ଦଳ ତରଫରୁ ଲଉଡ଼ି ଖେଳ ପ୍ରଦର୍ଶନ କରିସାରି ଅର୍ଣ୍ଣ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ସମାପ୍ତି କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ଶୁଭ୍ରମାନିୟମ ନୁରଲା , ଉପଦେଷ୍ଟା ଭାସ୍କର ବେହେରା, ଗଣେଶ୍ୱର ବେହେରା, ଅର୍ଜୁନ ବେହେରା ଯୋଗ ଦେଇଥିବାବେଳେ ଯାଦବସମାଜର ସଭାପତି ଭରତଚନ୍ଦ୍ରରାଉତ ,ସମ୍ପାଦକ ପ୍ରକାଶ ବେହେରାଙ୍କ ସହିତ ନିର୍ମଳ ବାରିକ, ,ବିଭୁତି ବେହେରା, ସୁମନ୍ତ ସାହୁ, ସୁଶାନ୍ତ ପରିଡା,ଗଗନସେନାପତି,ଜିତେନ୍ଦ୍ରଖିଲାର,ଅନ୍ତର୍ଯ୍ୟାମୀସେନାପତି ,ଶରତ ବେହେରା, ଅଶୋକ ବେହେରା, ରତ୍ନାକର ପରିଡା, ଅରବିନ୍ଦ ବେହେରା, ସୁଶାନ୍ତ ବେହେରା, କୃଷ୍ଣ ଗଉଡ଼ୁ ପ୍ରମୁଖ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ.!

