Spread the love

ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଦ୍ୱାରୀ ଗ୍ରାମ ପଞ୍ଚାୟତର କାଶିପାଲି ଅଙ୍ଗନୱାଡ଼ି କେନ୍ଦ୍ରରେ ଶ୍ରୀମତୀ ଜାନକୀ କୁମ୍ଭରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ସମ୍ମାନୀତ ଅତିଥି ଭାବେ କାଶିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ବାଧିନ କୁମାର ସାହୁ ଯୋଗଦାନ କରିଥିଲେ । ସର୍ବପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା କରିସାରିବା ପରେ ଲକ୍ଷ୍ମୀ ପ୍ରିୟା ମହାନନ୍ଦ,ପ୍ରୀତି ମଲ୍ଲିକ ଓ ଲିଜା ମହାନନ୍ଦ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଶ୍ରୀମତୀ ଜାନକୀ କୁମ୍ଭାର ସମସ୍ତ ଶିଶୁ କନ୍ୟା ମାନଙ୍କୁ ଫୁଲ ଚନ୍ଦନ ମଖାଇ ସ୍ବାଗତ କରି ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ର ଉଦ୍ଦେଶ୍ୟ ପ୍ରଦାନ କରି ଥିଲେ। ସ୍ବାଧିନ କୁମାର ସାହୁ ଶିଶୁ କନ୍ୟା ଦିବସ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ, ସୁକନ୍ୟା ଯୋଜନା, ଶିଶୁ କନ୍ୟାଙ୍କ ଯତ୍ନ, ଶିକ୍ଷା,କନ୍ୟା ରତ୍ନ ,କନ୍ୟାଟିଏ ଜନ୍ମ ହେବା ଦିନରୁ ଵିଵାହ ପର୍ଯ୍ୟନ୍ତ ସରକାରୀ ସୁବିଧା, ସହାୟତା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ଆଶାକର୍ମୀ ଗୀତାଞ୍ଜଳି ବାଗ୍ ଶିଶୁ କନ୍ୟା ଦିବସ ବିଷୟରେ ଆଲୋଚନା କରିଥିଲେ । ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଶେଷରେ ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଜାନକୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *