Spread the love

କୁଲତା ସମାଜ ର ନୁଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ

ଭଟଲି (ଅଭିମନ୍ୟୁ ପଧାନ ) :- ଭଟଲି ବ୍ଳକ ଶ୍ରୀ ରଣେଶ୍ଵର ରାମଚଣ୍ଡୀ କୁଲତା ସ ସମାଜର ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ହାତୀସର ବଜାର ପ୍ରାଙ୍ଗଣରେ ଭଟଲି ବ୍ଲକ କୁଲତା ସମାଜ ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ସମ୍ପାଦକ ମାଧବ ପ୍ରସାଦ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ କରିଥିଲେ। ଉପସଭାପତି ବୈରାଗୀ ସାହୁ ବୈଠକ ପରିଚାଳନ କରିଥିଲେ। ଆସନ୍ତା ଆସନ୍ତା ସେପ୍ଟେମ୍ବର ୨୦ ବେହେରାପାଲି ଛକ ନିକଟରେ ଥୂବା ହାତୀସର ବଜାର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହେବ ବୋଳି ବୋଲି ସ୍ଥିରୀକୃତ ହେଲା। ଉକ୍ତ ଦିନ ପ୍ରଥମେ ଶ୍ରୀ ରଣେଶ୍ଵର ରାମଚଣ୍ଡୀଜ୍ଞ ଙ୍କ ସ୍ଵତନ୍ତ୍ର ପୂଜା ଆଦି ପୀଠ କମଗାଁ ଏବଂ ନୂଆଁଗଡ଼ ଗଡ଼ ମନ୍ଦିରର ପୂଜକମାନେ ସମ୍ପାଦିତ କରିବେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା। ପ୍ରଚାର ପ୍ରସାର ପ୍ରସାର ପାଇଁ ଗଣମାଧ୍ଯମ, ବ୍ୟାନର, ସହିତ ବ୍ଲକରେ କୁଲତା ବସବାସ କରୁଥିବା ଗ୍ରାମଗୁଡ଼ିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା ପାଇଁ ସ୍ଥିରୀକୃତ ହୋଇଥିଲା। ନିର୍ଦ୍ଧାରିତ ରିତ ଦିନ ସମାଜର ସଦସ୍ୟମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ଆଦି ପୀଠ କମଗାଁ ସମ୍ପାଦକ ଶ୍ୟାମସୁନ୍ଦର ଗଡ଼ତିଆ, ବ୍ଲକ ମହିଳା କୁଲତା ସମାଜର ସଭାପତି ଇନ୍ଦିରା ଭୋଇ, ସାଧାରଣ ସମ୍ପାଦକ ରୀତା ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *