Spread the love

କେନ୍ଦ୍ରଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ପାଳନ।

ତାଳଚେର -୨୬/୦୬/୨୬ ସରକାରଙ୍କ ସେବା ଓ ସମର୍ପଣର ପ୍ରତୀକ ତଥା ଓଡ଼ିଶାର ଗର୍ବ ଓ ଗୌରବ ତାଳଚେର ମା ହିଙ୍ଗୁଳା ମାଟିର ସୁଯୋଗ୍ୟ ସନ୍ତାନ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମବାର୍ଷିକୀ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମାଜସେବୀ ବିଭୂତି ସାହୁ ତାଳଚେର ହାଟତୋଟା ହନୁମାନ ମନ୍ଦିର ସମୁଖ ରେ ଥିବା ପଦ୍ମିନୀ ମଣ୍ଡପ ଠାରେ ଗରିବ ଓ ବିକଳାଙ୍ଗ ଲୋକମାନଙ୍କୁ ବସ୍ତ୍ର , ଛତା, ହୁଇଲ ଚେୟାର ଇତ୍ୟାଦି ବଣ୍ଟନ କରି ଶ୍ରୀ ପ୍ରଧାନଙ୍କ ଜନ୍ମଦିନ ବହୁ ଆଡମ୍ବର ରେ ପାଳନ କରିଥିଲେ। ଠିକ୍ ସେହଭଳି ମହାନଦୀ କୋଇଲା ଖଣି ଠିକା ଶ୍ରମିକ ନେତା ଇଁ ମନୋଜ ପ୍ରଧାନ ଦେଉଳ ବେଡା ଡି ସି ଆଇ ଠାରେ ଶ୍ରୀ ପ୍ରଧାନଙ୍କ ଜନ୍ମ ଦିନ ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରି ବହୁ ଆଡମ୍ବରରେ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *