Spread the love

କୋରାପୁଟ ବନଖଣ୍ଡରେ ୯୭୯ ବିଦେଶୀ ପକ୍ଷୀ ଚିହ୍ନଟ

କୋରାପୁଟ: କୋରାପୁଟ ବନଖଣ୍ଡରେ ସରିଲା ପକ୍ଷୀ ଗଣନା । ୬ଟି ରେଞ୍ଜର ୨୫ଟି ସ୍ଥାନରେ ପକ୍ଷୀ ଗଣନା ହୋଇଥିଲେ । ୨୫ଟି ସ୍ଥାନରେ ହୋଇଥିବା ପକ୍ଷୀ ଗଣନାରେ ୪୦ ପ୍ରକାର ୫ହଜାର ୪୧୩ଟି ପକ୍ଷୀ ଚିହ୍ନଟ କରାଯାଇଛି। ଏହି ପକ୍ଷୀ ଗଣନାରେ ୬ଟି ରେଞ୍ଜ ର ରେଞ୍ଜର,ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରାଷ୍ଟାଫ ଓ ସ୍କ୍ବାର୍ଡ ଆଦି ସାମିଲ ହୋଇଥିଲେ।କୋରାପୁଟ ବନାଞ୍ଚଳ ଅଧିକାରୀ ଏସକେ ପାହାଡସିଂଙ୍କ ସୂଚନାନୁସାରେ, ବ୍ରାହ୍ମଣୀ ସିଲଡକ୍ (ଚକୁଆ) (Brahminy Shelduck) ବିଦେଶୀ ପକ୍ଷୀ ୯୭୯ଟି ଚିହ୍ନଟ ହୋଇଛନ୍ତି ।କୋରାପୁଟ ବନାଞ୍ଚଳର କୋଲାବ ଜଲଭଣ୍ଡାର, ଦାମନଯୋଡି ଆସ ପଣ୍ଡ, ଡଙ୍ଗରୀମାଳିଗୁଡା, ବାଗ୍ରା ଡ୍ୟାମ, ରାଣୀଗଡ଼ ଡ୍ୟାମ୍ ଆଦି ୫ଟି ସ୍ଥାନରେ ଗଣନା କରାଯାଇଥିଲା। ଏଠାରେ ୨୦୧୨ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେହିପରି ସେମିଳିଗୁଡା ରେଞ୍ଜରେ ୬ଟି ସ୍ଥାନରେ ୪୦୩, ନାରାୟଣପାଟଣା ରେଞ୍ଜରେ ୪ଟି ସ୍ଥାନରେ ୬୧୧, ଲକ୍ଷ୍ମୀପୁର ରେଞ୍ଜରେ ୨ଟି ସ୍ଥାନରେ ୬୪ , ଲମତାପୁଟ ରେଞ୍ଜରେ ୫ଟି ସ୍ଥାନରେ ୪୬୭ ଓ ବାଲଡା ରେଞ୍ଜରେ ୩ଟି ସ୍ଥାନରେ ୧୮୫୬ ଗଣନା କରାଯାଇଥିଲା ବୋଲି କୋରାପୁଟ ବନଖଣ୍ଡରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *