Spread the love

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ। ଛତିଶଗଡରେ ଲଗାତାର ଅପରେସନ ଜାରି ରହିଛି। ଏଥିଯୋଗୁଁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ ଛାଡି ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରୁଥିବା ବେଳେ କିଛି ଗିରଫ ହେଲେଣି।

ସୂଚନା ଅନୁସାରେ ସୁକମା ଜିଲ୍ଲା ପୋଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ଅରନପାଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ କିଛି ସନ୍ଦିଗ୍ଧ ଯବାନଙ୍କୁ ଦେଖି ଲୁଚିବା ଏବଂ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯବାନ ଜଙ୍ଗଲକୁ ଘେରି ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ।ଉକ୍ତ ସନ୍ଦଗ୍ଧଙ୍କୁ ପୋଲିସ ଧରି ପଚରାଉଚୁରା କରିବା ପରେ ସେମାନେ ମାଓବାଦୀ ବୋଲି ଜଣାପଡିଥିଲା। ଏଥିସହ ସେମାନେ ନକ୍ସଲ ସଂଗଠନରେ ସକ୍ରିୟ ଭାବେ କାମ କରୁଥିବା ସ୍ବୀକାର କରିଥିଲେ। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ବସ୍ତର ଡିଭିଜନ କୃଷି ଟିମର ସଦସ୍ୟ ମଡକମ ନନ୍ଦା(୨୪), ଜନତାନା ସରକାର ସଦସ୍ୟ କାବାସି ଲଖମା(୩୭) ଏବଂ ଡିଏକେ ଏମଏସ ଅଧ୍ୟକ୍ଷ ମଡକମ ନନ୍ଦା(୩୫)।ସେମାନଙ୍କ ମଧ୍ୟରୁ କୃଷି କମିଟି ସଦସ୍ୟ ମଡକମ ନନ୍ଦାଙ୍କ ଉପରେ ୨ ଲକ୍ଷ ଟଙ୍କା ଏବଂ ଡିଏକେଏମଏସ ଅଧ୍ୟକ୍ଷ ମଡକମ ନନ୍ଦାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୋଲିସ ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *