Spread the love

ଖଣିଜକ୍ଷେତ୍ର ବଡବିଲ ପୌରାଞ୍ଚଳରେ ବିଘ୍ନବିନାସନ ବାବା ଶ୍ରୀ ଗଣେଷଙ୍କ ପୂଜା ବହୁ ଆଡମ୍ବର ସହକାରେ ପାଳନ।

ବିଘ୍ନ ବିନାସନ ପାର୍ବତୀ ନନ୍ଦନ ବାବା ଶ୍ରୀ ଗଣେଷ, ଯେକି ସର୍ବ ପୂଜ୍ୟ ଏବଂ ଅଗ୍ର୍ୟ ପୂଜ୍ୟ, ଯାହାଙ୍କ ପୁଜା ବିନା କୌଣସି କାର୍ଯ୍ୟ ଯେମିତିକି ଅସଫଳ, ସେହି ବିଘ୍ନ ବିନାସନ ଶ୍ରୀ ଗଣେଷ ସର୍ବ ଆଦ୍ୟ ପୂଜ୍ୟ, ଏବଂ ଶ୍ରୀ ଗଣେଷ ଙ୍କ ପୂଜା ପରେ ପୂଜା ଋତୁ ଆରମ୍ଭ ହୁଏ,କିନ୍ତୁ ଏଥିରେ ଏ ବରଷ ବ୍ୟତିକ୍ରମ ଦେଖାଦେଇଛି, ଶ୍ରୀ ଗଣେଷ ଙ୍କ ପୂଜା ପୂର୍ବରୁ ଦେବ ଶିଳ୍ପୀ ବାବା ବିଶ୍ୱକର୍ମା ଅଗ୍ର୍ୟ ପୂଜ୍ୟ ହୋଇ ଧାରା ପୃଷ୍ଠରେ ଅବତରଣ ହୋଇଛନ୍ତି , କିନ୍ତୁ ବାବା ଶ୍ରୀ ଗଣେଷ ଙ୍କ ପୂଜା ଭକ୍ତଗଣ ଅତି ହର୍ଷ ଉଲ୍ଲାସ ଓ ଆଡମ୍ବର ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ବାବା ଶ୍ରୀ ଗଣେଷ ଅତ୍ର ତତ୍ର ସର୍ବତ୍ର ଦେଖିବାକୁ ମିଳିଛି କିରୀବୁରୁ ଛକ ନିକଟସ୍ତ ଗଣେଷ ବାଟିକା ରେ ଅଞ୍ଚଳ ବାସିନ୍ଦା ମାନେ ଅତି ଭକ୍ତି ସହକାରେ ବାବା ଶ୍ରୀ ଗଣେଷ ଙ୍କ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହୋଇଥିବା ବେଳେ ବଡବିଲ ପୌରାଞ୍ଚଳ ର କୋଣ ଅନୁକୋଣରେ ବିଘ୍ନ ବୀନାସନ ଶ୍ରୀ ଗଣେଷ ଙ୍କ ପୂଜା ଓ ପ୍ରତିମୂର୍ତ୍ତି ର ରୂପ ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ମଣ୍ଡପରେ ଅତି ମନମୁଗ୍ଧକର ଓ ସୁସଜ୍ଜିତ ଢଙ୍ଗରେ ବିଘ୍ନ ବିନାଶନ ବାବା ଶ୍ରୀ ଗଣେଷ ଙ୍କୁ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଭକ୍ତଗଣ ବିମୋହିତ ହୋଇଥିବା ପରିଲକ୍ଷିତ ହୋଇଛି। ଆସନ୍ତୁ ଦେଖିବା ତାହାର କିଛି ଦୃଶ୍ୟ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *