Spread the love

ରେଢ଼ାଖୋଲରେ ଗଞ୍ଜେଇ ଚାଲାଣ ଉପରେ ପୋଲିସର ଚଢ଼ାଉ: କାରରୁ ୧୮୬ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର

ସମ୍ବଲପୁର: ଗଞ୍ଜେଇ ଚୋରାଚାଲାଣ ଉପରେ ରେଢ଼ାଖୋଲ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ରେଢ଼ାଖୋଲ ସହରର ଭୀମଭୋଇ ଛକ ନିକଟରେ ପୋଲିସ ଚଢ଼ାଉ କରି ଏକ କାରରୁ ୧୮୬ କେଜି ବେଆଇନ ଗଞ୍ଜେଇ ଜବତ କରିଛି।

ପୋଲିସ ଚଢ଼ାଉ କରୁଥିବା ଜାଣି ଘଟଣାସ୍ଥଳରୁ ଚୋରାଚାଲାଣକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତେବେ ଜବତ ହୋଇଥିବା କାର ଓ ବିପୁଳ ପରିମାଣର ଗଞ୍ଜେଇକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ରେଢ଼ାଖୋଲରେ ବଡ଼ ଧରଣର ଗଞ୍ଜେଇ ଜବତ, ୧୮୬ କେଜି ମାଲ ଛାଡ଼ି ଚାଲାଣକାରୀ ଫେରାର

ଗଞ୍ଜେଇ ଚୋରାଚାଲାଣ ନେଇ ମିଳିଥିବା ଗୁପ୍ତ ସୂଚନା ଆଧାରରେ ରେଢ଼ାଖୋଲ ପୋଲିସ ବଡ଼ ଧରଣର ଚଢ଼ାଉ କରିଛି। ବୌଦ୍ଧ-ଫୁଲବାଣୀ ଅଞ୍ଚଳରୁ ସମ୍ବଲପୁର ଜିଲ୍ଲାକୁ ଏକ କଳା ରଙ୍ଗର କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଭୀମଭୋଇ ଛକ ନିକଟରେ ନଜର ରଖିଥିଲା।

ପୋଲିସର ଚଢ଼ାଉ ଜାଣି ଚାଲାଣକାରୀ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ପୋଲିସ କାରଟିକୁ ଯାଞ୍ଚ କରି ସେଥିରୁ ୧୮୬ କେଜି ଗଞ୍ଜେଇ ଜବତ କରିଛି।

ଏହି ଘଟଣାରେ ରେଢ଼ାଖୋଲ ପୋଲିସ କାର ଓ ଗଞ୍ଜେଇ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଫେରାର ଚାଲାଣକାରୀଙ୍କୁ ଧରିବା ସହ ଗଞ୍ଜେଇ ଚୋରାଚାଲାଣର ସମ୍ପୂର୍ଣ୍ଣ ନେଟୱର୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।

Leave a Reply

Your email address will not be published. Required fields are marked *