Spread the love

*(ବିଜୁ ଜନତା ଦଳ ତରଫରୁ ନାଉଗାଁ ବ୍ଲକ ଡାବର ପଞ୍ଚାୟତ ରେ ଅମରେନ୍ଦ୍ର ଙ୍କ ବନ୍ଧୁମିଳନ ଓ ବୃକ୍ଷରୋପଣ ଅନୁଷ୍ଠିତ*)
ଜଗତସିଂହପୁର
ତା =24/9/23
ନାଉଁଗା ବ୍ଲକ ଅନ୍ତର୍ଗତ ଡାବର ଗ୍ରାମ ପଞ୍ଚାୟତର ମା ସାଥି ଭଉଣୀ ମନ୍ଦିର ପରିସରରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ଏକ ବନ୍ଧୁମିଳନ ଓ ବୃକ୍ଷ ରୋପଣ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଯୁଝିଷ୍ଠିର ସ୍ୱାଇଁ ଙ୍କ ସଭାପତିତ୍ୱ ରେ ସାମ୍ନାନୀତ ଅତିଥି ରୂପେ ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଜଗତସିଂହପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ, ଲକ୍ଷ୍ମୀକାନ୍ତ ସ୍ୱାଇଁ, ଅଲଣା ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ,
ସିଦ୍ଧେଶ୍ଵର ମହାନ୍ତି, ନିରଞ୍ଜନ ଦାସ,ସୋମନାଥ ବିଶ୍ବାଳ,ସନ୍ତୋଷ ବେହେରା
ଯୁବ ନେତା:- ଯୁବରାଜ ଲେଙ୍କା,ସତ୍ୟପ୍ରକାଶ ଜେନା,ରାକେଶ ସ୍ବାଇଁ ,ସୌମ୍ୟ ରଞ୍ଜନ ସାହୁ,ରମ୍ୟରଞ୍ଜନ ସ୍ବାଇଁ,ଦୀପକ୍ ପରିଡ଼ା
ଶେଷଦେବ ଜେନା( ଓ୍ବାଡମେ୍ବର ୩) ପୂର୍ବତନ ଓ୍ବାଡମେ୍ବର ୪- ନିଧି ପରିଡାଯୋଗଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ, ସ୍ମୃତି ରଞ୍ଜନ ପ୍ରଧାନ, ଶତ୍ରୁଘ୍ନ ନାୟକ ଙ୍କ ସମେତ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ଥିଲେ l ଏହାପରେ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଏହି ଅବସରରେ ସଭା କାର୍ଯ୍ୟରେ ବିଶିଷ୍ଟ ଲେଖିକା ଗୀତା ମେହେଟା ଙ୍କ ବିୟୋଗ ରେ ଦୁଇ ମିନିଟ ନିରବ ପ୍ରାର୍ଥନା ଅମରେନ୍ଦ୍ର ଦାସ କର୍ମୀ ମାନଙ୍କୁ ନେଇ କରିଥିଲେ l ପୂର୍ବାହ୍ନରେ ଏହି ଅବସରରେ ବିଜୁ ଜନତା ଦଳ ର ଡାବର ପଞ୍ଚାୟତ ର କର୍ମୀ ସମୂହ ଅଢଙ୍ଗା ମଠ ନିକଟରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ଙ୍କୁ ଓ ସାମ୍ନାନୀତ ଅତିଥି ମାନଙ୍କୁ ପ୍ରଭୁ ନିଳକଣ୍ଠେଶ୍ବର ମନ୍ଦିର ରେ ଦର୍ଶନ କରାଇ ମା ସାଥି ଭଉଣୀ ମନ୍ଦିର ସଭାସ୍ଥଳ କୁ ପାଛୋଟି ଆଣିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *