Spread the love

ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିର ବନମହୋତ୍ସବ ପାଳନ

ଢେଙ୍କାନାଳ, ୭/୭: ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଗେଙ୍ଗୁଟିଆ ସରସ୍ୱତୀ ଶିଶୁ ମନ୍ଦିର ରେ ବନମହୋତ୍ସବ ପାଳନ ହୋଇଯାଇଅଛି । ଏହି ବନମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ସହିତ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୀନବନ୍ଧୁ ମଲ୍ଲିକ, ସଂପାଦକ ତଥା କ୍ଷୁଦ୍ରଶିର ସତାଧିକାରୀ ରମେଶ ଚନ୍ଦ୍ର ରାଉତ, ସରକାରୀ ଅବସରପ୍ରାପ୍ତ ଜିଲ୍ଲା ପାଠାଗାର କର୍ମଚାରୀ ସର୍ବେଶ୍ବର ମଲ୍ଲିକ, ବିଦ୍ୟୁତ୍ ପରିଷଦର ସଂପାଦକ ପ୍ରଦୀପ କୁମାର ମଲ୍ଲିକ, ପ୍ରଧାନ ଆଚାର୍ଯ୍ୟ ପ୍ରଭାତ ମିଶ୍ରଙ୍କ ସମେତ ସମସ୍ତ ଗୁରୁଜୀ ଗୁରମାଙ୍କ ସହିତ ୨୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ରାଜ୍ୟ ସରକାରଙ୍କ ପ୍ରାଧୂରଣ ଅନୁସାରେ ପ୍ରତିବର୍ଷ ବନସୁରକ୍ଷା ସପ୍ତାହ ଜୁଲାଇ ୧ ରୁ ୭ ତାରିଖ ବନମହୋତ୍ସବ ରୂପେ ପାଳିତ ହୋଇଆସୁଅଛି । ଏହି ଅବସରରେ ମୁଖ୍ୟ ଅତିଥ ଛାତ୍ରଛାତ୍ରୀମାନଙ୍କୁ ‘ଗଛଟିଏ ଜୀବନ ଟିଏ’ ଉପାଦେୟକୁ ଆଧାର କରି ଅନେକ ବିଗ୍‌ଦର୍ଶନ ଓ ସଚେତନତା ଉପରେ ଦକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଂପାଦକ ସମସ୍ତଙ୍କୁ ଶପଥପାଠ କରାଇ ପ୍ରତ୍ୟେକ ଜନ୍ମ ଦିନରେ ଗଛ ଲଗାଇବା ପାଇଁ ସୂଚିତ ମତାମତ ଦେଇଥିଲେ । ତତ୍ପରେ ବିଦ୍ୟାଳୟ ପରିସର ଭିତରେ ଔଷଧୀୟ ବୃକ୍ଷ ଅଁଳା, ତାମ୍ବୁ, ବାହାଡା, ନିମ୍ନ ଇତ୍ୟାଦି ଗଛ ଲଗାଇବା ପରେ ଗ୍ରାମ ଶୋଭାଯାତ୍ରାରେ ସ୍ଲୋଗାନ୍ ଓ ବ୍ୟନାର ସହିତ ଗ୍ରାମ ପରିକ୍ରମା କରି ସଚେତନତା ବାର୍ତା ଦେଇ ଭବପିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *