Spread the love

ଇକୋ କ୍ଲବ୍ ଓ ଏନ୍‌ସିସି ପକ୍ଷରୁ ୭୪ତମ ବନମହୋତ୍ସବ ପାଳନ

ଢେଙ୍କାନାଳ, ୭/୭: ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଇକୋ କ୍ଲବ ଓ ଏନ୍‌ସିସି ତରଫରୁ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ବିଦ୍ୟାଜ୍ୟର ଇକୋ କ୍ଳବ୍ ଓ ଏନ୍‌ସିସି ତରଫରୁ ବିଭିନ୍ନ ପ୍ରକାର ଫୁଲଗଛ, ଫଳଗଛ, ଔଷଧୀ ଗଥ ରୋପଣ କରାଯାଇଥିଲା । ଏହି ଉତ୍ସବରେ ଜକୋ କ୍ଲବ୍ ର ପୂଜାରାଣୀ ସାହୁ ଓ ସହପାଠୀଗଣ, ଏନ୍‌ସିସି କ୍ୟାଡେଟ୍, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ, ଇକୋ କ୍ଲବ୍ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂଡିଆ, ଏନ୍‌ସିସି ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ସୁଲୋଚନା ଭୂତିଆ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଜୟନ୍ତୀ ବେହେରା, ଉପାସନା ନାଥଶର୍ମା, ଲିପିକା ନାଏକ, ପ୍ରଶାନ୍ତ ସାହୁ, ସାଗରିକା ପଣ୍ଡା, ମାମାଲି ମିଶ୍ର, ବବିତା ସାହୁ, ରାକୁ ଦାସ, ପ୍ରଣତି ପତି, ଭର୍ମିଳା କର, ଶ୍ରାବଣୀ ପାତ୍ର ପ୍ରମୁଖ ଯୋଗଦାନ କରି ବୃକ୍ଷରୋପଣରେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *