Spread the love

ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ

 

ଅଙ୍କର_କେନ୍ଦୁଝର ଜିଲ୍ଲା ରେ ଦିନକୁ ଦିନ ବଢିବାରେ ଲାଗିଛି ପରିବାରିକ ହତ୍ୟାକାଣ୍ଡ, ଯାହାର ପରିଣାମ ଭୋଗିବାକୁ ପଡୁଚି ପରିବାର ର ଛୋଟ ଛୋଟ ପିଲାମାନଙ୍କୁ। ଆଜି ପୁଣି କେନ୍ଦୁଝର ରେ ଘରୋଇ କଳିରୁ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମରେ। ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ୱାମୀ ଟୁରାକୁ ଶାବଳରେ ପିଟି ହତ୍ୟା କରିଥିବା ନିଜେ ସ୍ବୀକାର କରିଛି । ଏହି ଘଟଣା ଗତ ରବିବାର ରାତିରୁ ଘଟିଥିବା ବେଳେ ଆଜି ଖବର ପାଇ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘ ତିନି ଦିନ ଧରି ଟୁରାର ଶବ ଘରେ ପଡିରହିଥିବା ବେଳେ ଚାରି ଛୁଆ ଙ୍କୁ ଧରି ସୁନୀତା ସେହି ଘରେ ରହି ଆସିଥିଲା। ନିଜ ସ୍ଵାମୀ ମଦ ପିଇ ବାରମ୍ବାର ଅଶ୍ଳୀଳ ଗାଳି ଗୁଲଜ କରିଥିବା ବେଳେ ମାଡ ମଧ୍ୟ ମାରୁଥିଲା।। ଘଟଣା ରାତିରେ ଏହି ଗାଳି ଗୁଲଜ ଅଧିକ ବଢ଼ି ଯିବାରୁ ଘରେ ଥିବା ଶାବଳରେ ସ୍ବାମୀଙ୍କୁ ପାହାରେ ପିଟି ଦେଇଥିଲା ଓ ସେହି ଠାରେ ଟୁରା ଖସି ପଡି ମାରିଥିବା ଜଣାପଡିଛି। ଘଟଣା ସ୍ଥଳରେ ଟାଉନ ଥାନା IIC ଏବଂ ସଦର SDPO ପହଞ୍ଚି ଶବକୁ ଜବତ କରି ସୁନୀତା କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି |

 

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜୁ

Leave a Reply

Your email address will not be published. Required fields are marked *