Spread the love

ଘୁମରା ତୃତୀୟ ସାଂସ୍କୃତିକ ସଂଧ୍ୟା ରେ
ପ୍ରବଳ, ଜନସମାଗମ

କଳାହାଣ୍ଡି ର ଲୋକ କଳା, ସାହିତ୍ୟ, ଭାସ୍କର୍ଯ୍ୟ, ସ୍ଥାପତ୍ୟ ବିଶ୍ୱସ୍ତରୀୟ, ସଂସ୍କୃତି ର ମହାମିଳନ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଏ ମାଟି ମୋତେ ଅନେକ କିଛି ଶିକ୍ଷା ଦେଇଛି, ମୁ ଯେଉଁଠି ଥାଏ ନା କାହଁକି ଏ ଜ଼ିଲ୍ଲା ମୋର ହୋଇ ରହିବ ଏଠୁ ମୁ ସ୍ୱାଭିମାନ କଣ ଶିଖିଛି। ଜିଲ୍ଲାର ଉଜ୍ଜ୍ୱଳ ଓ ଗୌରବମୟ ଇତିହାସ ଆଜି ପୁଣିଥରେ ଜନମାନସରେ ଉଙ୍କି ମାରୁଛି। ଜିଲ୍ଲାର ଜୀବନ୍ତ କିର୍ତ୍ତୀରାଜି ସବୁ ସମୃଦ୍ଧି ଓ କଳା ନିପୁଣତାର ପରିଚୟ ସୃଷ୍ଟି କରିଛି।ଉନ୍ନତିର ପଥେ ଅଗ୍ରସର ହେଉଥିବା କଳାହାଣ୍ଡି ଆଜି ଦେଶର ଭାତହାଣ୍ଡି ପାଲଟିଛି ବୋଲି କଳାହାଣ୍ଡି ଉତ୍ସବର ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେ ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଏବଂ ରାଜ୍ୟ ଯୋଜନା ଓ ସମ୍ମନ୍ୱୟ ବିଭାଗର ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ନିଜର ଗୌରବମୟ ଅତୀତକୁ ମନେ ପକାଇ ଭାବବିହ୍ୱଳ ଭରା କଣ୍ଠ ରେ ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢୀ, କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ, ଜିଲ୍ଲା ନ୍ୟାୟାଧୀଶ ଦୀପ୍ତିରଞ୍ଜନ କାନୁନଗୋ, କଳାହାଣ୍ଡି ଏସପି ଅଭିଳାଷ ଜୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ପ୍ରକାଶ, ଭାରତୀୟ ରେଳସେବାର ଅଧିକାରୀ ଅଙ୍କିତ ମିଶ୍ର, ସିଆର୍‌ପିଏଫ୍ ୬୪ ବାଟାଲିୟନର ଦୁର୍ଗପତି ପଙ୍କଜ ଚୌଧୁରୀ, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଅଶ୍ୱିନୀ କୁମାର କର, ଦକ୍ଷିଣ ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, କେସିଙ୍ଗା ଏସଡିପିଓ ଅମୂଲ୍ୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୁରସଙ୍ଗୀତ ଅନୁଷ୍ଠାନ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିବାବେଳେ ସତ୍ୟ ନାରାୟଣ ମହାପାତ୍ର ସଭା ପରିଚାଳନା କରିଥିଲେ । ଏଇ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକଗୀତ,ଘୁମୁରା, ନୃତ୍ୟାଙ୍ଗନା, ଟ୍ରାଇବାଲ ଡ୍ୟାନ୍ସ, ଓଡିଶୀ, ବିକାଶ, ବଜାଶାଲ, ଭୁବନେଶ୍ୱର ନଟରାଜ ଅନୁଷ୍ଠାନର ମୟୁରୀ ନୃତ୍ୟ, ବରଗଡ ଜିଲ୍ଲା ସଂସ୍କୃତି ପରିଷଦ, ବଲାଙ୍ଗୀର ଢୋଲ ମହୁରି କଳା ପରିଷଦ ଅନୁଷ୍ଠାନ, ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟର ଢେମସା, ଖୋର୍ଦ୍ଧାର ପାଇକ ଆଖଡା, ଭଦ୍ରକର ଲୋକକଳା ସମେତ ରାଜ୍ୟ ବାହାରର ଲୋକକଳା ମଧ୍ୟରେ ଆସାମର ବିହୁ, ଝାଡଖଣ୍ଡର ପାଇକିଆ ନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା । ସେହିପରି ପାରବା ମଞ୍ଚରେ ସ୍ଥାନୀୟ କଳାକାର, ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଶୁଭେନ୍ଦୁ ମହାପାତ୍ର, ନମିତା ମିଶ୍ର, ସତ୍ୟ ନାରାୟଣ ମୁଣ୍ଡଛିନା, ନିହାରୀକା ନାୟକ ଏବଂ ପାରବା ମଞ୍ଚରେ ହେମନ୍ତ ସାହୁ, ସୌରଭ ମହାପାତ୍ର, ସ୍ନିଗ୍ଧାରାଣୀ ସିଂହ, ଲିପ୍ସା ମହାରଣା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ବିଖ୍ୟାତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ସାଥୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭର ମାତ୍ର କିଛି ସମୟ ପରେ ବନ୍ଦ କରାଯାଇଥିଲା। ଲକ୍ଷାଧିକ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପ୍ରଶାସନ ଭିଡ କୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ଦ୍ୱାରା ଜିଲ୍ଲା ପ୍ରଶାସନ ବାଧ୍ୟହୋଇଥିଲା କର୍ଯ୍ୟକ୍ରମକୁ ଅଧାରୁ ବନ୍ଦକରିବାପାଇଁ। ଯାହା ଫଳରେ ଦର୍ଶକ ନିରାଶ ହୋଇ ଘରକୁ ପେରିଥିଲେ.

ଭବାନୀପାଟଣାରୁ ତିରୁପତି ପାତ୍ରଙ୍କ ସହ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ

Leave a Reply

Your email address will not be published. Required fields are marked *