Spread the love

ଆଜି ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଏହି ଘୋଷଣାରେ ଓଡିଶାର ଚାରିଜଣଙ୍କ ନାମ ରହିଛି। ସେମାନେ ହେଲେ

  1. ଶ୍ରୀ ଚରଣ ହେମ୍ବ୍ରମ
  2. ସୀମାଞ୍ଚଳ ପାତ୍ର
  3. ମହେନ୍ଦ୍ର କୁମାର ମିଶ୍ର
  4. ଶରତ ପାତ୍ର

ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର ନାଟ୍ୟ ଗୁରୁ।

ପ୍ରାଚୀନ କଳାକୁ ସେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ଅନ୍ୟତମ ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର। ସେ ହେଉଛନ୍ତି ଜଣେ ଶିକ୍ଷାବିତ୍। ସେ ଜନଜାତି ଲୋକକଥାର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି।

ଅନ୍ୟତମ ପଦ୍ମଶ୍ରୀ ପାଇବେ ଶରତ ପାତ୍ର। ସେ ହେଉଛନ୍ତି ପାରଂପାରିକ ବାନ୍ଧକଳା ଶିଳ୍ପୀ। ଶରତ କୁମାର ପାତ୍ର ହେଉଛନ୍ତି ନୂଆପାଟଣାର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ। ତାଙ୍କୁ ୨୦୧୫ରେ ବହୁ ପ୍ରତିଷ୍ଠିତ ସନ୍ତ କବିର ପୁରସ୍କାର ମଧ୍ୟ ମିଳିଥିଲା ଏହି ଚାରି ପଦ୍ମଶ୍ରୀଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

  1. ଶ୍ରୀ ଚରଣ ହେମ୍ବ୍ରମ
  2. ସୀମାଞ୍ଚଳ ପାତ୍ର
  3. ମହେନ୍ଦ୍ର କୁମାର ମିଶ୍ର
  4. ଶରତ ପାତ୍ର

ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର ନାଟ୍ୟ ଗୁରୁ। ପ୍ରାଚୀନ କଳାକୁ ସେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ଅନ୍ୟତମ ପଦ୍ମ ପୁରସ୍କାର ପାଇଁ ମନୋନିତ ହୋଇଥିବା ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର। ସେ ହେଉଛନ୍ତି ଜଣେ ଶିକ୍ଷାବିତ୍। ସେ ଜନଜାତି ଲୋକକଥାର ପ୍ରଚାର ପ୍ରସାର କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *