Spread the love


ଚାରି ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

୨୬/୦୪/୨୦୨୩

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ତରଫରୁ ଚାରି ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯେ, ସର୍ବ ନିମ୍ନ ମଜୁରୀ ନାଁରେ ଶ୍ରମିକ ମାନଙ୍କ ସହିତ ଦୀର୍ଘ ଦିନ ଧରି କେବଳ ଛଳନା ହୋଇ ଆସିଛି। ସମଗ୍ର ଦେଶରେ କୌଣସି ଗୋଟେ ବି ରାଜ୍ୟ ସରକାର ସଙ୍ଗଠିତ/ଠିକା ଶ୍ରମିକ ମାନଙ୍କ ପାଇଁ ଏ ପର୍ଯ୍ୟନ୍ତ ସମ୍ମାନ ଜନକ ମଜୁରୀ ନିର୍ଦ୍ଧାରଣ କରି ନାହାଁନ୍ତି। ଯାହା କିଛି ମିଳିଛି ସେଥିରେ ପରିବାର ଜନଙ୍କ ପେଟ କୁ ନିଅଣ୍ଟ। ପିଲା ମାନଙ୍କୁ ପାଠ ପଢାଇବା, ବୁଦ୍ଧ ପିତା ମାତା ଙ୍କୁ ତାଙ୍କ ଔଷଧ ଖର୍ଚ୍ଚ, ପର୍ବପର୍ବାଣୀ, ବିବାହ ବ୍ରତ ଇତ୍ୟାଦି ରହିଛି। ଏ ପର୍ଯ୍ୟନ୍ତ ଦେଶରେ ସଷ୍ଠ ସମନୀତି ନାହିଁ। ପୁଞ୍ଜି ପତି ମାନେ ସମ ଅଧିକାରି ଙ୍କୁ ହାତେଇ ଶ୍ରମିକ ଶୋଷଣ ଚଳାଇଛନ୍ତି। ଏହି ସବୁ କାରଣ ଉଦ୍ଦେଷ୍ୟରେ ଭାରତୀୟ ମଜଦୁର ସଂଘ ଆଜି ଦେଶ ବ୍ୟାପି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଅଜୟ କୁମାର ପାଢ଼ୀ ଙ୍କ ନେତୃତ୍ଵରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *