Spread the love

ଚୋରା କୋଇଲା ଚାଲାଣକାରୀ ଦୁଇ ଜଣଙ୍କୁ କୋର୍ଟଚାଲାଣ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ଛକରେ ଦୁଇ ଚୋରା କୋଇଲା ଚାଲାଣ କାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଥାନା ପକ୍ଷରୁ ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୮ ଘଟିକା ସମୟ ରେ ବଅଁରପାଳ ଥାନା ପକ୍ଷରୁ ଅଞ୍ଚଳରେ ଗାଡି ଯାଞ୍ଚ କରୁଥିବା ସମୟରେ ଦୁଇଟି ସ୍କୁଟର୍ ରେ କୋଇଲା ନେଇ ଯାଉଥିବା ବେଳେ ପୋଲିସ ଅଟକାଇଥିଲେ। ଚାଲାଣକାରୀ ମାନେ ଦ୍ରୁତଗତିରେ ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ମାଡି ବସିଥିଲା। ଦୁଇ ଚାଲାଣକାରୀ ସ୍କୁଟର୍ ଚାଳକ ହେଲେ ତାଳଚେର ହାଣ୍ଡିଧୂଆ ଅଞ୍ଚଳର ପବିତ୍ର ଜେନା ଓ ସରାଙ୍ଗ ଅଞ୍ଚଳର ମୁନା ନାଥ। ଦୁଇ ଅଭିଯୁକ୍ତ ମାନେ ତାଳଚେର ଲିଙ୍ଗରାଜ କୋଇଲା ଖଣି ଅଞ୍ଚଳରୁ ଚୋରା କୋଇଲା ନେଇ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମରେ ଚୋରା କାରବାର କରୁଥିଲେ। ପୋଲିସ ଅଭିଯୁକ୍ତ ମାନଙ୍କ ନାମରେ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *